ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା
- ଆକ୍ରାନ୍ତଙ୍କ ସଂଖ୍ୟା ୧୫କୋଟି ୫୮ଲକ୍ଷ ୧୧ହଜାର ୪୨୯ ଓ ମୃତ୍ୟୁ ସଂଖ୍ୟା ୩୨ଲକ୍ଷ ୫୪ହଜାର ୮୧୦କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨ଲକ୍ଷ ୫୪ହଜାର ୮୧୦ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୋଟି ୫୮ଲକ୍ଷ ୧୧ହଜାର ୪୨୯କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୩୯ଲକ୍ଷ ୫୩ହଜାର ୪ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୬ଲକ୍ଷ ୩ହଜାର ୬୧୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୩ଲକ୍ଷ ୨୦ହଜାର ୨୪୪ ସଂକ୍ରମିତ ଓ ୫ଲକ୍ଷ ୯୩ହଜାର ୧୩୧ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୪୯ଲକ୍ଷ ୩୬ ହଜାର ୪୬୪ସଂକ୍ରମିତ ଓ ୪ଲକ୍ଷ ୧୪ହଜାର ୬୪୫ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬ ହଜାର ୩୭୮ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୬୩୧ ମୃତ, ତୁର୍କୀରେ ୪୯ ଲକ୍ଷ ୫୫ ହଜାର ୫୯୪ ସଂକ୍ରମିତ ଓ ୪୧ ହଜାର ୮୮୩, ଋଷିଆରେ ୪୮ ଲକ୍ଷ ୪୭ ହଜାର ୪୮୯ ସଂକ୍ରମିତ ଓ ୧ଲକ୍ଷ ୧୧ ହଜାର ୮୯୫ଜଣ ମୃତ, ୟୁକେରେ ୪୪ ଲକ୍ଷ ୨୫ ହଜାର ୯୪୦ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୫୭୦ ମୃତ, ଇଟାଲିରେ ୪୦ ଲକ୍ଷ ୭୦ ହଜାର ୪୦୦ ସଂକ୍ରମିତ ଓ ୧ଲକ୍ଷ ୨୨ ହଜାର ୫ମୃତ, ସ୍ପେନରେ ୩୫ ଲକ୍ଷ ୫୧ ହଜାର ୨୬୨ ସଂକ୍ରମିତ ଓ ୭୮ ହଜାର ୫୬୬ ମୃତ, ଜର୍ମାନୀରେ ୩୪ ଲକ୍ଷ ୬୯ ହଜାର ୪୪୮ ସଂକ୍ରମିତ ଓ ୮୪ ହଜାର ୫୯୩ମୃତ, ଆର୍ଜେଣ୍ଟିନାରେ ୩୦ ଲକ୍ଷ ୭୧ ହଜାର ୪୯୬ ସଂକ୍ରମିତ ଓ ୬୫ ହଜାର ୮୬୫ ମୃତ ରହିଛନ୍ତି ।