ବିଗୁଡ଼ିଛି ରାଜ୍ୟର ସ୍ଥିତି : ୬୬୪୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଶନିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬୬୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୮୫୫ ଓ ସ୍ଥାନୀୟ ଅଞ୍ଚଳରୁ ୨୭୯୨ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧ହଜାର ୩୪୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୪୧ଜଣ ଥିବାବେଳେ ବାଲେଶ୍ୱରରୁ ୫୩ଜଣ, ବରଗଡ଼ରୁ୨୯୦ଜଣ, ଭଦ୍ରକରୁ ୪୧ଜଣ, ବଲାଙ୍ଗୀରରୁ ୨୩୪ଜଣ, ବୌଦ୍ଧରୁ ୩୯ଜଣ, କଟକରୁ ୩୩୬ଜଣ, ଦେଓଗଡ଼ରୁ ୩୪ଜଣ, ଢେଙ୍କାନାଳରୁ ୩୪ଜଣ, ଗଜପତିରୁ ୯୬ଜଣ, ଗଞ୍ଜାମରୁ ୧୬୧ଜଣ, ଜଗତସିଂହପୁରରୁ ୬୫ଜଣ, ଯାଜପୁରରୁ ୧୩୩ଜଣ, ଝାରସୁଗୁଡ଼ାରୁ ୩୪୩ଜଣ, କଳାହାଣ୍ଡିରୁ ୩୬୧ଜଣ, କନ୍ଧମାଳରୁ ୨୬ଜଣ, କେନ୍ଦ୍ରାପଡ଼ାରୁ ୪୭ଜଣ, କେନ୍ଦୁଝରରୁ ୧୮୩ଜଣ, ଖୋର୍ଦ୍ଧାରୁ ୧୧୮୯ଜଣ, କୋରାପୁଟରୁ ୬୭ଜଣ, ମାଲକାନଗିରିରୁ ୧୭ଜଣ, ମୟୁରଭଞ୍ଜରୁ ୧୨୨ଜଣ, ନବରଙ୍ଗପୁରରୁ ୨୨୪ଜଣ, ନୟାଗଡ଼ରୁ ୧୧୦ଜଣ, ନୂଆପଡ଼ାରୁ ୫୫୯ଜଣ, ପୁରୀରୁ ୩୯୫ଜଣ, ରାୟଗଡ଼ାରୁ ୧୧୬ଜଣ, ସମ୍ବଲପୁରରୁ ୧୭୫ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୭୮୮ଜଣ ଏବଂ ରାଜ୍ୟ ପୁଲ୍ରୁ ୨୬୬ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୪,୦୧,୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୫୬,୦୦୩ଜଣ ସୁସ୍ଥ ହୋଇଥିବା ବେଳେ ୪୩,୩୦୪ ଜଣ ସକ୍ରିୟ ମାମଲା ରହିଛି ।