ରାଜ୍ୟରେ ଆଉ ୨,୨୧୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଏବେ ଜୁଲାଇ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨ହଜାର ୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୯୪୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୪ହଜାର ୩୨୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୯ ଜଣ ଥିବାବେଳେ ବାଲେଶ୍ୱରରୁ ୧୫୦ ଜଣ, ବରଗଡ଼ରୁ ୧୪ ଜଣ, ଭଦ୍ରକରୁ ୭୮ ଜଣ, ବଲାଙ୍ଗୀରରୁ ୧୮ ଜଣ, ବୌଦ୍ଧରୁ ୧୬ ଜଣ, କଟକରୁ ୩୪୮ଜଣ, ଦେବଗଡ଼ରୁ ୧ ଜଣ, ଢେଙ୍କାନାଳରୁ ୫୪ ଜଣ, ଗଜପତିରୁ ୧୭ ଜଣ, ଗଞ୍ଜାମରୁ ୧୨ଜଣ, ଜଗତସିଂହପୁରରୁ ୧୨୬ ଜଣ, ଯାଜପୁରରୁ ୧୨୪ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୧୪ ଜଣ, କେନ୍ଦ୍ରାପଡ଼ାରୁ ୯୫ ଜଣ, କେଉଁଝରରୁ ୪୨ ଜଣ, ଖୋର୍ଦ୍ଧାରୁ ୪୮୩ ଜଣ, କୋରାପୁଟରୁ ୧୦ ଜଣ, ମାଲକାନଗିରିରୁ ୨୫ ଜଣ, ମୟୁରଭଞ୍ଜରୁ ୯୯ ଜଣ, ନବରଙ୍ଗପୁରରୁ ୪ ଜଣ, ନୟାଗଡ଼ରୁ ୬୯ ଜଣ, ନୂଆପଡ଼ାରୁ ୫ ଜଣ, ପୁରୀରୁ ୮୪ ଜଣ, ରାୟଗଡ଼ାରୁ ୨୯ ଜଣ, ସମ୍ୱଲପୁରରୁ ୪୧ ଜଣ, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୪୩ ଓ ରାଜ୍ୟ ପୁଲରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୫୪,୩୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୨୭,୯୨୬ ଜଣ ସୁସ୍ଥ ହୋଇଥିବା ବେଳେ ୨୧,୨୮୯ ଜଣ ସକ୍ରିୟ ମାମଲା ରହିଛି ।