ବିଗୁଡ଼ିଛି ରାଜ୍ୟର ସ୍ଥିତି : ୪୭୬୧ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୪୭୬୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୭୭ହଜାର ୪୬୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୮୧ଜଣ ଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୮୪ଜଣ, ବରଗଡ଼ ଜିଲ୍ଲାରୁ ୧୯୮ଜଣ, ଭଦ୍ରକ ଜିଲ୍ଲାରୁ ୬୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୨୨ଜଣ, ବୌଦ୍ଧ ଜିଲ୍ଲାରୁ ୨୩ଜଣ, କଟକ ଜିଲ୍ଲାରୁ ୧୭୬ଜଣ, ଦେଓଗଡ଼ ଜିଲ୍ଲାରୁ ୩୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ଜଣ, ଗଜପତି ଜିଲ୍ଲାରୁ ୩୧ଜଣ, ଗଞ୍ଜାମ ଜିଲ୍ଲାରୁ ୪୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨ଜଣ, ଯାଜପୁର ଜିଲ୍ଲାରୁ ୮୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୩୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୭ଜଣ, କନ୍ଧମାଳ ଜିଲ୍ଲାରୁ ୨୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୦ଜଣ, କେନ୍ଦୁଝର ଜିଲ୍ଲାରୁ ୧୦୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୨୦ଜଣ, କୋରାପୁଟ ଜିଲ୍ଲାରୁ ୩୧ଜଣ, ମାଲକାନଗିରି ଜିଲ୍ଲାରୁ ୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୮୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୫୪ଜଣ, ନୟାଗଡ଼ ଜିଲ୍ଲାରୁ ୬୩ଜଣ, ନୂଆପଡ଼ା ଜିଲ୍ଲାରୁ ୫୩୪ଜଣ, ପୁରୀ ଜିଲ୍ଲାରୁ ୧୯୩ଜଣ, ରାୟଗଡ଼ା ଜିଲ୍ଲାରୁ ୬୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୮୩ଜଣ, ସୋନପୁର ଜିଲ୍ଲାରୁ ୪୭ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୭୩ଜଣ ଏବଂ ରାଜ୍ୟ ପୁଲ୍ରୁ ୧୬୦ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୭୭,୪୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩,୪୭,୬୩୭ଜଣ ସୁସ୍ଥ ହୋଇଥିବା ବେଳେ ୨୭,୮୨୧ ଜଣ ସକ୍ରିୟ ମାମଲା ରହିଛି ।