ରାଜ୍ୟରେ ଆଉ ୬,୦୧୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ବୁଧବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬ହଜାର ୦୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୬୨୨ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୩୫ଜଣ ଥିବାବେଳେ ବାଲେଶ୍ୱରରୁ ୨୮୬ଜଣ, ବରଗଡ଼ରୁ ୧୨୨ଜଣ, ଭଦ୍ରକରୁ ୨୬୨ଜଣ, ବଲାଙ୍ଗୀରରୁ ୬୬ଜଣ, ବୌଦ୍ଧରୁ ୭୯ଜଣ, କଟକରୁ ୫୩୧ଜଣ, ଦେଓଗଡ଼ରୁ ୨୪ଜଣ, ଢେଙ୍କାନାଳରୁ ୨୯୧ଜଣ, ଗଜପତିରୁ ୩୪ଜଣ, ଗଞ୍ଜାମରୁ ୭୩ଜଣ, ଜଗତସିଂହପୁରରୁ ୧୯୬ଜଣ, ଯାଜପୁରରୁ ୪୦୬ଜଣ, ଝାରସୁଗୁଡ଼ାରୁ ୪୧ଜଣ, କଳାହାଣ୍ଡିରୁ ୭୦ଜଣ, କନ୍ଧମାଳରୁ ୭୬ଜଣ, କେନ୍ଦ୍ରାପଡ଼ାରୁ ୨୧୮ଜଣ, କେନ୍ଦୁଝରରୁ ୧୨୦ଜଣ, ଖୋର୍ଦ୍ଧାରୁ ୭୯୬ଜଣ, କୋରାପୁଟରୁ ୧୪୨ଜଣ, ମାଲକାନଗିରିରୁ ୮୫ଜଣ, ମୟୁରଭଞ୍ଜରୁ ୩୩୩ଜଣ, ନବରଙ୍ଗପୁରରୁ ୧୫୧ଜଣ, ନୟାଗଡ଼ରୁ ୧୯୧ଜଣ, ନୂଆପଡ଼ାରୁ ୨୩ଜଣ, ପୁରୀରୁ ୩୨୪ଜଣ, ରାୟଗଡ଼ାରୁ ୧୦୮ଜଣ, ସମ୍ବଲପୁରରୁ ୧୩୧ଜଣ, ସୋନପୁରରୁ ୬୫ଜଣ, ସୁନ୍ଦରଗଡ଼ରୁ ୨୮୩ଜଣ ଏବଂ ରାଜ୍ୟ ପୁଲ୍ରୁ ୧୫୭ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୩୧,୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୫୬,୬୪୧ ଜଣ ସୁସ୍ଥ ହୋଇଥିବା ବେଳେ ୭୧ହଜାର ୩୧୨ଜଣ ସକ୍ରିୟ ମାମଲା ରହିଛି ।