ରାଜ୍ୟରେ କମି ଆସୁଛି ସଂକ୍ରମଣ : ଆଉ ୬,୧୧୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୬ହଜାର ୧୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ହଜାର ୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୬୬୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୧୯ହଜାର ୨୧୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୧୬ଜଣ ଥିବାବେଳେ ବାଲେଶ୍ୱରରୁ ୧୯୫ଜଣ, ବରଗଡ଼ରୁ ୧୬୪ଜଣ, ଭଦ୍ରକରୁ ୨୨୮ଜଣ, ବଲାଙ୍ଗୀରରୁ ୮୩ଜଣ, ବୌଦ୍ଧରୁ ୧୧୨ଜଣ, କଟକରୁ ୬୪୦ଜଣ, ଦେଓଗଡ଼ରୁ ୨୯ଜଣ, ଢେଙ୍କାନାଳରୁ ୧୨୩ଜଣ, ଗଜପତିରୁ ୩୦ଜଣ, ଗଞ୍ଜାମରୁ ୯୩ଜଣ, ଜଗତସିଂହପୁରରୁ ୨୧୮ଜଣ, ଯାଜପୁରରୁ ୫୬୩ଜଣ, ଝାରସୁଗୁଡ଼ାରୁ ୮୬ଜଣ, କଳାହାଣ୍ଡିରୁ ୮୦ଜଣ, କନ୍ଧମାଳରୁ ୧୪୩ଜଣ, କେନ୍ଦ୍ରାପଡ଼ାରୁ ୨୨୭ଜଣ, କେନ୍ଦୁଝରରୁ ୧୫୫ଜଣ, ଖୋର୍ଦ୍ଧାରୁ ୪୯୫ଜଣ, କୋରାପୁଟରୁ ୧୮୦ଜଣ, ମାଲକାନଗିରିରୁ ୧୦୭ଜଣ, ମୟୁରଭଞ୍ଜରୁ ୩୫୨ଜଣ, ନବରଙ୍ଗପୁରରୁ ୧୬୬ଜଣ, ନୟାଗଡ଼ରୁ ୧୬୧ଜଣ, ନୂଆପଡ଼ାରୁ ୩୬ଜଣ, ପୁରୀରୁ ୩୯୮ଜଣ, ରାୟଗଡ଼ାରୁ ୧୦୮ଜଣ, ସମ୍ବଲପୁରରୁ ୧୦୩ଜଣ, ସୋନପୁରରୁ ୫୨ଜଣ, ସୁନ୍ଦରଗଡ଼ରୁ ୨୭୨ଜଣ ଏବଂ ରାଜ୍ୟ ପୁଲ୍ରୁ ୧୦୩ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୧୯,୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭,୩୯,୩୭୬ ଜଣ ସୁସ୍ଥ ହୋଇଥିବା ବେଳେ ୭୬ହଜାର ୭୫୦ଜଣ ସକ୍ରିୟ ମାମଲା ରହିଛି ।