ବିଗୁଡୁଛି ରାଜ୍ୟର ସ୍ଥିତି : ୧୧,୪୯୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ଗୁରୁବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୧ହଜାର ୪୯୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୪୩୯ ଓ ସ୍ଥାନୀୟ ଅଞ୍ଚଳରୁ ୫ହଜାର ୦୫୯ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୮୬୭ଜଣ ଥିବାବେଳେ ବାଲେଶ୍ୱରରୁ ୫୨୪ଜଣ, ବରଗଡ଼ରୁ ୩୯୫ଜଣ, ଭଦ୍ରକରୁ ୧୩୪ଜଣ, ବଲାଙ୍ଗୀରରୁ ୨୯୪ଜଣ, ବୌଦ୍ଧରୁ ୩୧୩ଜଣ, କଟକରୁ ୧୧୦୭ଜଣ, ଦେଓଗଡ଼ରୁ ୧୧୪ଜଣ, ଢେଙ୍କାନାଳରୁ ୨୫୧ଜଣ, ଗଜପତିରୁ ୮୬ଜଣ, ଗଞ୍ଜାମରୁ ୨୨୮ଜଣ, ଜଗତସିଂହପୁରରୁ ୩୩୫ଜଣ, ଯାଜପୁରରୁ ୩୭୮ଜଣ, ଝାରସୁଗୁଡ଼ାରୁ ୨୪୭ଜଣ, କଳାହାଣ୍ଡିରୁ ୨୦୫ଜଣ, କନ୍ଧମାଳରୁ ୧୦୧ଜଣ, କେନ୍ଦ୍ରାପଡ଼ାରୁ ୨୦୪ଜଣ, କେନ୍ଦୁଝରରୁ ୧୯୩ଜଣ, ଖୋର୍ଦ୍ଧାରୁ ୧୪୯୭ଜଣ, କୋରାପୁଟରୁ ୨୬୬ଜଣ, ମାଲକାନାଗିରିରୁ ୧୧୦ଜଣ, ମୟୁରଭଞ୍ଜରୁ ୫୩୮ଜଣ, ନବରଙ୍ଗପୁରରୁ ୩୪୬ଜଣ, ନୟାଗଡ଼ରୁ ୩୮୨ଜଣ, ନୂଆପଡ଼ାରୁ ୧୫୨ଜଣ, ପୁରୀରୁ ୪୨୪ଜଣ, ରାୟଗଡ଼ାରୁ ୨୩୩ଜଣ, ସମ୍ବଲପୁରରୁ ୩୯୩ଜଣ, ସୋନପୁରରୁ ୨୨୭ଜଣ, ସୁନ୍ଦରଗଡ଼ରୁ ୭୦୩ଜଣ ଏବଂ ରାଜ୍ୟ ପୁଲ୍ରୁ ୨୬୧ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୫୫,୮୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୪୬,୬୩୧ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୬ହଜାର ୮୧୨ଜଣ ସକ୍ରିୟ ମାମଲା ରହିଛି ।