ବିଗୁଡୁଛି ରାଜ୍ୟର ସ୍ଥିତି : ୧୧,୦୯୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୧ହଜାର ୦୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୨୧୪ ଓ ସ୍ଥାନୀୟ ଅଞ୍ଚଳରୁ ୪ହଜାର ୮୮୫ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୪୪ହଜାର ୪୦୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୫୨ଜଣ ଥିବାବେଳେ ବାଲେଶ୍ୱରରୁ ୪୦୮ଜଣ, ବରଗଡ଼ରୁ ୩୩୯ଜଣ, ଭଦ୍ରକରୁ ୪୩୧ଜଣ, ବଲାଙ୍ଗୀରରୁ ୨୮୮ଜଣ, ବୌଦ୍ଧରୁ ୨୧୩ଜଣ, କଟକରୁ ୮୬୭ଜଣ, ଦେଓଗଡ଼ରୁ ୧୦୭ଜଣ, ଢେଙ୍କାନାଳରୁ ୧୬୨ଜଣ, ଗଜପତିରୁ ୮୨ଜଣ, ଗଞ୍ଜାମରୁ ୧୯୬ଜଣ, ଜଗତସିଂହପୁରରୁ ୩୦୨ଜଣ, ଯାଜପୁରରୁ ୩୭୮ଜଣ, ଝାରସୁଗୁଡ଼ାରୁ ୩୦୭ଜଣ, କଳାହାଣ୍ଡିରୁ ୨୯୯ଜଣ, କନ୍ଧମାଳରୁ ୮୮ଜଣ, କେନ୍ଦ୍ରାପଡ଼ାରୁ ୧୫୬ଜଣ, କେନ୍ଦୁଝରରୁ ୧୬୫ଜଣ, ଖୋର୍ଦ୍ଧାରୁ ୧୪୬୦ଜଣ, କୋରାପୁଟରୁ ୨୮୦ଜଣ, ମାଲକାନାଗିରିରୁ ୧୦୨ଜଣ, ମୟୁରଭଞ୍ଜରୁ ୫୦୭ଜଣ, ନବରଙ୍ଗପୁରରୁ ୩୫୧ଜଣ, ନୟାଗଡ଼ରୁ ୨୭୭ଜଣ, ନୂଆପଡ଼ାରୁ ୨୩୨ଜଣ, ପୁରୀରୁ ୩୫୬ଜଣ, ରାୟଗଡ଼ାରୁ ୧୭୦ଜଣ, ସମ୍ବଲପୁରରୁ ୫୪୭ଜଣ, ସୋନପୁରରୁ ୨୫୨ଜଣ, ସୁନ୍ଦରଗଡ଼ରୁ ୯୮୩ଜଣ ଏବଂ ରାଜ୍ୟ ପୁଲ୍ରୁ ୨୪୨ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୪୪,୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୩୬,୫୯୫ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୫ହଜାର ୩୭୫ଜଣ ସକ୍ରିୟ ମାମଲା ରହିଛି ।