ବିଗୁଡୁଛି ରାଜ୍ୟର ସ୍ଥିତି : ୧୧,୭୩୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୧ହଜାର ୭୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ହଜାର ୫୬୯ ଓ ସ୍ଥାନୀୟ ଅଞ୍ଚଳରୁ ୫ହଜାର ୧୬୩ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୭୦୦ଜଣ ଥିବାବେଳେ ବାଲେଶ୍ୱରରୁ ୪୭୨ଜଣ, ବରଗଡ଼ରୁ ୩୬୩ଜଣ, ଭଦ୍ରକରୁ ୪୧୪ଜଣ, ବଲାଙ୍ଗୀରରୁ ୪୦୧ଜଣ, ବୌଦ୍ଧରୁ ୨୭୭ଜଣ, କଟକରୁ ୮୭୦ଜଣ, ଦେଓଗଡ଼ରୁ ୧୨୯ଜଣ, ଢେଙ୍କାନାଳରୁ ୧୫୩ଜଣ, ଗଜପତିରୁ ୭୭ଜଣ, ଗଞ୍ଜାମରୁ ୨୫୯ଜଣ, ଜଗତସିଂହପୁରରୁ ୩୩୦ଜଣ, ଯାଜପୁରରୁ ୩୮୩ଜଣ, ଝାରସୁଗୁଡ଼ାରୁ ୩୯୧ଜଣ, କଳାହାଣ୍ଡିରୁ ୨୭୪ଜଣ, କନ୍ଧମାଳରୁ ୮୪ଜଣ, କେନ୍ଦ୍ରାପଡ଼ାରୁ ୧୩୯ଜଣ, କେନ୍ଦୁଝରରୁ ୨୨୦ଜଣ, ଖୋର୍ଦ୍ଧାରୁ ୧୭୧୦ଜଣ, କୋରାପୁଟରୁ ୨୮୯ଜଣ,.ମାଲକାନଗିରିରୁ ୧୪୫ଜଣ, ମୟୁରଭଞ୍ଜରୁ ୪୧୮ଜଣ, ନବରଙ୍ଗପୁରରୁ ୪୧୭ଜଣ, ନୟାଗଡ଼ରୁ ୨୬୧ଜଣ, ନୂଆପଡ଼ାରୁ ୨୨୦ଜଣ, ପୁରୀରୁ ୩୯୦ଜଣ, ରାୟଗଡ଼ାରୁ ୨୪୫ଜଣ, ସମ୍ବଲପୁରରୁ ୫୩୮ଜଣ, ସୋନପୁରରୁ ୨୫୫ଜଣ, ସୁନ୍ଦରଗଡ଼ରୁ ୬୪୧ଜଣ ଏବଂ ରାଜ୍ୟ ପୁଲ୍ରୁ ୨୬୭ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୬,୧୨,୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୦୨,୪୫୫ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୦୭ହଜାର ୪୦୩ଜଣ ସକ୍ରିୟ ମାମଲା ରହିଛି ।