ବିଗୁଡ଼ିଛି ରାଜ୍ୟର ସ୍ଥିତି : ୧୦,୫୨୧ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର ଦୈନିକ ସଂକ୍ରମିତଙ୍କ ସଖ୍ୟା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ମଙ୍ଗଳବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୧୦,୫୨୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୯୪୫ ଓ ସ୍ଥାନୀୟ ଅଞ୍ଚଳରୁ ୪୫୭୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୬୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୩୮୮ଜଣ ଥିବାବେଳେ ବାଲେଶ୍ୱରରୁ ୯୭ଜଣ, ବରଗଡ଼ରୁ ୫୪୩ଜଣ, ଭଦ୍ରକରୁ ୧୫୮ଜଣ, ବଲାଙ୍ଗୀରରୁ ୩୧୪ଜଣ, ବୌଦ୍ଧରୁ ୨୫୦ଜଣ, କଟକରୁ ୯୬୩ଜଣ, ଦେଓଗଡ଼ରୁ ୮୮ଜଣ, ଢେଙ୍କାନାଳରୁ ୮୮ଜଣ, ଗଜପତିରୁ ୧୧୩ଜଣ, ଗଞ୍ଜାମରୁ ୧୯୬ଜଣ, ଜଗତସିଂହପୁରରୁ ୨୧୭ଜଣ, ଯାଜପୁରରୁ ୩୭୩ଜଣ, ଝାରସୁଗୁଡ଼ାରୁ ୩୧୪ଜଣ, କଳାହାଣ୍ଡିରୁ ୫୭୧ଜଣ, କନ୍ଧମାଳରୁ ୭୨ଜଣ, କେନ୍ଦ୍ରାପଡ଼ାରୁ ୧୨୧ଜଣ, କେନ୍ଦୁଝରରୁ ୧୯୪ଜଣ, ଖୋର୍ଦ୍ଧାରୁ ୧୪୭୭ଜଣ, କୋରାପୁଟରୁ ୧୮୨ଜଣ, ମାଲକାନଗିରିରୁ ୮୩ଜଣ, ମୟୁରଭଞ୍ଜରୁ ୨୮୮ଜଣ, ନବରଙ୍ଗପୁରରୁ ୪୦୪ଜଣ, ନୟାଗଡ଼ରୁ ୨୨୪ଜଣ, ନୂଆପଡ଼ାରୁ ୩୦୪ଜଣ, ପୁରୀରୁ ୩୧୯ଜଣ, ରାୟଗଡ଼ାରୁ ୧୪୦ଜଣ, ସମ୍ବଲପୁରରୁ ୪୬୦ଜଣ, ସୋନପୁରରୁ ୧୧୨ଜଣ, ସୁନ୍ଦରଗଡ଼ରୁ ୧୧୮୬ଜଣ ଏବଂ ରାଜ୍ୟ ପୁଲ୍ରୁ ୨୮୨ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୫,୦୦,୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪,୧୬,୪୦୩ଜଣ ସୁସ୍ଥ ହୋଇଥିବା ବେଳେ ୮୧,୫୮୫ଜଣ ସକ୍ରିୟ ମାମଲା ରହିଛି ।