ରାଜ୍ୟରେ ସୁସ୍ଥ ହେଲେ ଆଉ ୬୧୬୪
ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଦିନ ୬୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା ୪୧୦୨୨୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଲେଣି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି ଏହି ସୂଚନା ଦେଇଛି ।
ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୮୯୩ ଜଣ ଅଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୭୮୧,ଝାରସୁଗୁଡ଼ାରୁ ୫୫୭, ନୂଆପଡ଼ାରୁ ୪୪୮, କଟକରୁ ୩୪୨,କଳାହାଣ୍ଡିରୁ ୩୨୦, ବରଗଡ଼ରୁ ୨୯୮, ସମ୍ବଲପୁରରୁ ୨୭୯, ନବରଙ୍ଗପୁରରୁ ୨୨୯,ଗଂଜାମରୁ ୨୧୬, ଯାଜପୁରରୁ ୧୮୯,ମୟୁରଭଂଜରୁ ୧୮୦, ପୁରୀରୁ ୧୪୩, ଅନୁଗୋଳରୁ ୧୦୭, ବାଲେଶ୍ୱରରୁ ୧୦୧,ବଲାଙ୍ଗିରରୁ ୯୮, କୋରାପୁଟରୁ ୯୨ , କେନ୍ଦୁଝରରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୮୬, ନୟାଗଡ଼ରୁ ୮୫, ଗଜପତିରୁ ୭୮, ରାୟଗଡ଼ାରୁ ୭୦ ,ସୋନପୁରରୁ ୬୨, ଦେବଗଡ଼ରୁ ୪୨, କେନ୍ଦ୍ରାପଡ଼ାରୁ ୩୮, କନ୍ଧମାଳରୁ ୩୭,ମାଲକାନଗିରିରୁ ୧୬, ବୌଦ୍ଧରୁ ୧୪ ,ଢ଼େଙ୍କାନାଳରୁ ୮ ଏବଂ ଷ୍ଟେଟପୁଲରୁ ୧୭୯ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।