ରାଜ୍ୟରେ ଆଉ ୧୭୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଆଉ ୧୭୪୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪୯୩୭୭କୁ ବୃଦ୍ଧି ପାଇଛି।
ସୁସ୍ଥଙ୍କ ମଧ୍ୟରେ ନୂଆପଡ଼ା ଜିଲାରୁ ସର୍ବାଧିକ ୩୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୩୧୭, ଖୋର୍ଦ୍ଧାରୁ ୧୫୨, ବଲାଙ୍ଗିରୁ ୮୭, ସମ୍ବଲପୁର ୮୬, ନବରଙ୍ଗପୁର ୮୨, ବରଗଡ଼ ୬୪, କଟକ ୫୬, କେନ୍ଦୁଝର ୪୮, ଗଞ୍ଜାମ ୪୭, ଗଜପତି ୪୪, ଅନୁଗୁଳ ୪୩, ପୁରୀ ୪୩, ମୟୂରଭଞ୍ଜ ୩୯, ଯାଜପୁର ୩୮, ଭଦ୍ରକ ୩୬, ଷ୍ଟେଟ୍ପୁଲ ୩୫, ବାଲେଶ୍ୱର ୩୩, କଳାହାଣ୍ଡି ୩୦, ଝାରସୁଗୁଡ଼ା ୨୨, ରାୟଗଡ଼ା ୨୦, କୋରାପୁଟ ୧୭, ନୟାଗଡ଼ ୧୫, ସୋନପୁର ୧୩, କନ୍ଧମାଳ ୧୧, ଦେବଗଡ଼ ୧୦, କେନ୍ଦ୍ରାପଡ଼ା ୬, ଜଗତସିଂହପୁର ୫, ଢେଙ୍କାନାଳ ୩ ଓ ମାଲକାନଗିରିରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।