ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨୪୦ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ଭାଇରସରୁ ୬୨୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୨୩ ହଜାର ୫୯୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୨ ଜଣ ଓ କଟକ ଜିଲ୍ଲାରୁ ୫୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୪୧୩, ଅନୁଗୁଳରୁ ୩୭୨, ଭଦ୍ରକରୁ ୩୬୬, ନୟାଗଡ଼ରୁ ୩୫୧, ମୟୂରଭଂଜରୁ ୩୨୭, ପୁରୀରୁ ୩୨୧ ଓ ଢେଙ୍କାନାଳରୁ ୩୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୫୩, ବୌଦ୍ଧରୁ ୨୪୩, ଜଗତସିଂହପୁରରୁ ୨୩୯, ବାଲେଶ୍ୱରରୁ ୧୯୫, କେନ୍ଦୁଝରରୁ ୧୩୫, କୋରାପୁଟରୁ ୧୩୪, ସମ୍ବଲପୁରରୁ ୧୩୧, ରାୟଗଡ଼ାରୁ ୧୧୭, ନବରଂଗପୁରରୁ ୧୧୩ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବରଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୯୮ ଜଣ ଲେଖାଏଁ, ଗଂଜାମରୁ ୬୯, ସୁବର୍ଣ୍ଣପୁରରୁ ୬୮, ବଲାଙ୍ଗୀରରୁ ୬୫, କନ୍ଧମାଳରୁ ୫୨, କଳାହାଣ୍ଡିରୁ ୫୦, ଝାରସୁଗୁଡ଼ାରୁ ୩୪, ଗଜପତିରୁ ୩୦, ଦେବଗଡ଼ରୁ ୨୮, ନୂଆପଡ଼ାରୁ ୨୪ ଓ ରାଜ୍ୟପୁଲରୁ ୧୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।