ରାଜ୍ୟରେ ଆଉ ୭୭୩୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୭୭୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୬ ହଜାର ୭୯୯ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରବିବାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୦୩ ଜଣ ଓ କଟକ ଜିଲ୍ଲାରୁ ୮୦୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଢେଙ୍କାନାଳରୁ ୪୯୯, ବାଲେଶ୍ୱରରୁ ୩୯୩, ମୟୂରଭଂଜରୁ ୩୯୦, ଯାଜପୁରରୁ ୩୮୬, ଅନୁଗୁଳରୁ ୩୮୧ ଓ ପୁରୀରୁ ୩୫୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୨୭୮, ସୁନ୍ଦରଗଡ଼ରୁ ୨୬୫, ବୌଦ୍ଧ ଓ ରାୟଗଡ଼ାରୁ ୨୦୯ ଜଣ ଲେଖାଏଁ,ଜଗତସିଂହପୁରରୁ ୨୦୦ ଜଣ, ନବରଂଗପୁରରୁ ୧୯୬, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୧୮୫ ଲେଖାଏଁ, ବରଗଡ଼ରୁ ୧୮୪, କେନ୍ଦୁଝରରୁ ୧୭୨, କଳାହାଣ୍ଡିରୁ ୧୬୬ ଓ ନୟାଗଡ଼ରୁ ୧୫୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ମାଲକାନଗିରିରୁ ୧୨୩, ସମ୍ବଲପୁରରୁ ୧୦୭, ଗଂଜାମରୁ ୯୨, ବଲାଙ୍ଗୀରରୁ ୮୧, ଝାରସୁଗୁଡ଼ାରୁ ୮୦, ସୁବର୍ଣ୍ଣପୁରରୁ ୬୩, ଦେବଗଡ଼ରୁ ୬୨, କନ୍ଧମାଳରୁ ୪୯, ଗଜପତିରୁ ୪୪, ନୂଆପଡ଼ାରୁ ୩୧ ଓ ରାଜ୍ୟପୁଲରୁ ୧୮୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।