ରାଜ୍ୟରେ କରୋନା ସଂକ୍ରମିତ ଆଉ ୩୭ ମୃତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୩ହଜାର ୮୦୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୫ ଜଣ ରହିଥିବା ବେଳେ କଟକ, ଝାରସୁଗୁଡା ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଦେଓଗଡ଼, କେନ୍ଦ୍ରାପଡା, ରାୟଗଡା, ଓ ବଲାଙ୍ଗୀରରୁ ୨ ଜଣ ଲେଖାଏଁ ରହିଛନ୍ତି । ଗଜପତି, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୮,୭୦,୪୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୨୩,୫୯୯ ଜଣ ସୁସ୍ଥ ହୋଇଥିବା ବେଳେ ୪୩,୩୩୮ ଜଣ ସକ୍ରିୟ ମାମଲା ରହିଛି । ସେହିପରି କରୋନାରେ ୩,୫୦୮ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।