ଭୁୁବନେଶ୍ୱର : ୨୨୧ ପଜିଟିଭ୍ ଓ ୧୪୭ ସୁସ୍ଥ
ଭୁୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ବୁଧବାର ଦିନ ଆଉ ୨୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୮ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୧୫୧ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୪୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ଲୋକାଲ ମାମଲା ମଧ୍ୟରୁ ପଟିଆରୁ ସର୍ବାଧିକ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀ ରୁ ୧୬ ଜଣ ,ଝାରପଡାରୁ ୯ ଜଣ, ଚନ୍ଦ୍ରଶେଖରପୁରରୁ ୭ ଜଣ, ପୋଖରୀପୁଟରୁ୬ ଜଣ , ଖଣ୍ଡଗିରି ,ଓଲ୍ଡ ଟାଉନ୍ , ଶୈଳଶ୍ରୀବିହାର ଓ ଲକ୍ଷ୍ମୀସାଗର ରୁ ୫ ଜଣ ଲେଖାଏଁ ,ଜାଗମରା, ହଂସପାଳ, ଘାଟିକିଆ , ୟୁନିଟ୍ ୯ ଓ ରସୁଲଗଡ ରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫୩୨ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୧୦୪୩୮୭ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୩୧୧୭ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୧୦୦୭ କୁ ବୃଦ୍ଧି ପାଇଛି ।