ବାଲେଶ୍ୱର : ୫୦୩ ପଜିଟିଭ୍ ଓ ୨୦୧ ସୁସ୍ଥ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ସଙ୍ଗିନ ସ୍ଥିତିରେ ପହଞ୍ଚିଥିବା ଦ୍ୱିତୀୟ ଲହର କରୋନା ସଂକ୍ରମଣକୁ ନେଇ ଏବେ ସବୁ ମହଲରୁ ଉଦବେଗ ପ୍ରକାଶ ପାଇଛି । ଜିଲାର ଗତ ସପ୍ତାହରେ ଦୈନିକ ସଂକ୍ରମଣ ହାରାହାରି ୩ଶହ ମଧ୍ୟରେ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଖ୍ୟା ସବୁ ରେକର୍ଡ଼କୁ ଭାଙ୍ଗିଛି । ବାଲେଶ୍ୱର ଜିଲାରୁ ଚିହ୍ନଟ ହୋଇଥିବା ୫୦୩ ଜଣଙ୍କ ମଧ୍ୟରୁ ସହରର ମାନସିଂବଜାର ଅଞ୍ଚଳରୁ ୬ଜଣ, ଖପରାପଦାରୁ ୪, ମୋତିଗଞ୍ଚରୁ ୪, ସୁନହଟରୁ ୩, ଗୁଡ଼ିପଦାରୁ ୩, ଗୋପାଳଗାଁରୁ ୩, ଜେଲରୋଡ଼ରୁ ୩, ବାରବାଟୀରୁ ୩, ଅଙ୍ଗାରଗଡ଼ିଆରୁ ୩, ଅରଡ଼ବଜାରରୁ ୩, ଆଜିମାବାଦରୁ ୩, ପୁରୁଣାବାଲେଶ୍ୱରରୁ ୨ଜଣଙ୍କ ସମେତ ନେଳିଆବାଗ, ଶୋଭାରାମପୁର, ସହଦେବଖୁଣ୍ଟା, ପୋଷ୍ଟାଲ କଲୋନି, ପଢ଼ୁଆଁପଦା, ଡିଆଇସି କଲୋନି, ଦର୍ଜିପୋଖରୀ, କେନ୍ଦ୍ରୀୟ ବିଦ୍ୟାଳୟ ଛକ, ଭୋଇସାହି, ଆକତପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ଓ ଜଣେ ରେଳ ସୁରକ୍ଷା ବଳର କର୍ମଚାରୀ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ସଦର ବ୍ଲକରୁ ସର୍ବାଧିକ ୧୫୩ଜଣ, ରେମୁଣା ବ୍ଲକରୁ ୨୯ଜଣ, ବାହାନଗାରୁ ୧୪ଜଣ, ଖଇରାରୁ ୫, ଔପଦାରୁ ୩, ଜଳେଶ୍ୱରରୁ ୫୨, ସୋରରୁ ୬୧, ଭୋଗରାଇରୁ ୨, ବସ୍ତାରୁ ୫, ସିମୁଳିଆ ବ୍ଲକରୁ ୭୨ଜଣ, ନୀଳଗିରି ବ୍ଲକରୁ ୫୧ଓ ବାଲିଆପାଳ ବ୍ଲକରୁ ୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
COVID 19 update for today. pic.twitter.com/GgOrsJjMBS
— DM Balasore (@DBalasore) May 13, 2021
ସୂଚନା ଯେ, ବାଲେଶ୍ୱର ଜିଲାରେ ଅଦ୍ୟାବଧି ୧୭,୮୫୩ ଜଣ ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ୨୦୧ଜଣଙ୍କ ସମେତ ଜିଲାରେ ମୋଟ ୧୪,୮୪୯ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ସୁଦ୍ଧା ସକ୍ରିୟ ଥିବା ୨,୮୯୭ ଜଣଙ୍କ ମଧ୍ୟରୁ ୨୫୪୩ଜଣ ଗୃହ ସଙ୍ଗରୋଧରେ ଏବଂ ୩୦୮ ଜଣ ଜିଲାର କୋଭିଡ ହସପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬ ବର୍ଷ ବୟସର ଜଣେ ଯୁବକଙ୍କର କରୋନା ରୋଗୀର ମୃତ୍ୟୁ ହୋଇଥିବା ବେଳେ ଏବେସୁଦ୍ଧା ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦୭ରେ ପହଞ୍ଚିଛି । ତେବେ ବାଲେଶ୍ୱର ଜିଲାରେ ବଢ଼ି ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟରୁ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଉଥିବା ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି ।