ଭୁବନେଶ୍ୱର : ୧୧୨୦ ପଜିଟିଭ୍ ଓ ୯୨୮ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ସଂକ୍ରମଣରେ କମିବା ବଢିବା ଲାଗି ରହିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗତକାଲି (ବୁଧବାର) ୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି (ଗୁରୁବାର) ଆଉ ୧୧୨୦ ପଜିଟିଭ୍ କେସ୍ ରହିଛି । ସେଥିରୁ ୧୫୯ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୯୬୧ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୯୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ଏବଂ ୩ ଜଣ ମୃତ୍ୟୁବରଣ କରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଡୁମଡୁମାରୁ ସର୍ବାଧିକ ୫୦ ଜଣ , ଖଣ୍ଡଗିରିରୁ ୪୩ ଜଣ, ଓଲ୍ଡ ଟାଉନ୍ ଓ ନୟାପଲ୍ଲୀରୁ ୪୨ ଜଣ ଲେଖାଏଁ, ପଟିଆରୁ ୪୦ ଜଣ ,ବଡଗଡରୁ ୩୯ ଜଣ,ଲକ୍ଷ୍ମୀସାଗରର ୩୪ ଜଣ, ଝାରପଡାରୁ ୨୬ ଜଣ, ଚନ୍ଦ୍ରଶେଖରପୁରରୁ ୨୫ , ମେଂଚଶ୍ୱରରୁ ୨୪ ଜଣ, ନିଳାଦ୍ରୀବିହାର ଓ ବରମୁଣ୍ଡାରୁ ୨୩ ଜଣ ଲେଖାଏଁ, ପାତ୍ରପଡା, ୟୁନିଟ୍ ୮ ଓ ସୁନ୍ଦରପଦାରୁ ୨୦ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଚିନ୍ତାମଣିଶ୍ୱରରୁ ୧୫ ଜଣ, ୟୁନିଟ୍ ୮ରୁ ୧୨ ଜଣ, ପଟିଆରୁ ୧୦ , ଓଲ୍ଡଟାଉନ୍ ରୁ ୮ ଜଣ , ନୟାପଲ୍ଲୀ ଓ ଝାରପଡାରୁ ୭ ଜଣ ଲେଖାଏଁ , ବରମୁଣ୍ଡା ଓ ରସୁଲଗଡରୁ ୬ ଜଣ ଲେଖାଏଁ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬୯୪ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୫୨୮୩୯ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୨୫୩୦ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୦୪ ରହିଛି ।