ଭୁବନେଶ୍ୱର : ୯୨୫ ସଂକ୍ରମିତ ଚିହ୍ନଟ, ୮୫୫ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗତକାଲି (ମଙ୍ଗଳବାର) ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ୯୨୫ ପଜିଟିଭ୍ କେସ୍ ରହିଛି । ସେଥିରୁ ୧୩୭ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୭୮୮ ଲୋକାଲ୍ କେସ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୮୫୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୧ ଜଣ, ଓଲ୍ଡ ଟାଉନ୍ ରୁ ୪୧ ଜଣ ,ନୟାପଲ୍ଲୀ ଓ ଝାରପଡାରୁ ୨୯ ଜଣ ଲେଖାଏଁ, ବରମୁଣ୍ଡା ଓ ଡୁମଡୁମାରୁ ୨୮ ଜଣ ଲେଖାଏଁ ,ଚନ୍ଦ୍ରଶେଖରପୁରରୁ ୨୭, ଖଣ୍ଡଗିରିରୁ ୨୬ ଜଣ, ପାତ୍ରପଡାରୁ ୨୫ ଜଣ , ରସୁଲଗଡରୁ ୨୧ , ଲକ୍ଷ୍ମୀସାଗରର୧୯ ଜଣ, ବଡଗଡ, ଜୟଦେବବିହାର ଓ ମଂଚେଶ୍ୱରରୁ ୧୮ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଡୁମଡୁମାରୁ ୧୨ , ଓଲ୍ଡଟାଉନ୍ ଓ ମେଂଚଶ୍ୱରରୁ୯ ଜଣ ଲେଖାଏଁ, ଖଣ୍ଡଗିରିରୁ ୮ ଜଣ , ପଟିଆରୁ ୬ ଜଣ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫୭୪ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୫୧୯୧୧ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୨୩୪୧ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୦୧ ରହିଛି ।