ବାଲେଶ୍ୱର : ୩୦୩ ସଂକ୍ରମିତ, ୯୭ ସୁସ୍ଥ
ବାଲେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦ୍ୱିତୀୟ ଲହରର କରୋନା ସଂକ୍ରମଣ ବାଲେଶ୍ୱରର ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଛି । ପ୍ରାୟ ଗତ ଏକ ସପ୍ତାହଧରି ଜିଲାରେ ଦୈନିକ ସଂକ୍ରମଣ ହାର ୩ଶହ ଉପରେ ରହୁଥିବା ବେଳେ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍ଗିନ ହେବା ନେଇ ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲାରୁ ୩୦୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲାରେ ଅଦ୍ୟାବଧି ଆଜି ଗୋଟିଏ ଦିନରେ ୯୭ଜଣ ସୁସ୍ଥ ହୋଇଛି । ଏହାକୁ ମିଶାଇ ଜିଲାରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୫,୩୦୧ରେ ପହଞ୍ଚିଛି ।
COVID 19 test update for Balasore . pic.twitter.com/5XC7oEioVn
— DM Balasore (@DBalasore) May 15, 2021
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ସହରର ଗୋପାଳଗାଁରୁ ସର୍ବାଧିକ ୭ଜଣ, ଦାମୋଦରପୁରରୁ ୫ଜଣ, ରାଣୀପାଟଣାରୁ ୪, ଅଙ୍ଗାରଗଡିଆରୁ ୨, ଜିଲା ମୁଖ୍ୟ ଚିକିତ୍ସାଳୟରୁ ୨, ମାଣିଖମ୍ବରୁ ୨, ମାନସିଂବଜାରରୁ ୨, ଉଦୟନଗରରୁ ୨ଜଣଙ୍କ ସମେତ ଆକତପୁର, ଅରଡବଜାର, ଭୋଇସାହି, ଦରଜୀପୋଖରୀ, ଫକୀରମୋହନ ନଗର, ଜେଲରୋଡ, ମୋତିଗଞ୍ଜ, ନଲମଗଞ୍ଜ, ନୂଆବଜାର, ପଢୁଆପଦା, ପୁରୁଣା ବାଲେଶ୍ୱର, ରାଜାବଗିଚା, ଶୋଭାରାମପୁର ଓ ହ୍ୱାଇଟ ହାଉସ କ୍ଲିନିକଗଳିରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ସେହିପରି ସଦର ବ୍ଲକରୁ ୩୩ଜଣ, ରେମୁଣା ବ୍ଲକରୁ ୧୭ଜଣ, ବାହାନଗାରୁ ୨, ଖଇରାରୁ ୬, ଜଳେଶ୍ୱରରୁ ୫, ସୋରରୁ ୪, ଭୋଗରାଇରୁ ୩୫, ବସ୍ତାରୁ ୪୧, ସିମୁଳିଆରୁ ୪୭, ନୀଳଗିରିରୁ ୯ଜଣ ଓ ବାଲିଆପାଳ ବ୍ଲକରୁ ୬୫ଜଣଙ୍କୁ ନୂଆ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
COVID 19 status of BALASORE district as on 15/05/21. pic.twitter.com/9Z7nsOYpcx
— DM Balasore (@DBalasore) May 15, 2021
ସୂଚନା ଯେ, ଜିଲାରେ ଅଦ୍ୟାବଧି ୧୮,୪୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫,୩୦୧ ଜଣ ସୁସ୍ଥ ଅଛନ୍ତି । ସେହିପରି ୩,୦୮୮ ଜଣ ସକ୍ରିୟ ସଂକ୍ରମିତ ମଧ୍ୟ ରହିଛନ୍ତି । ତନ୍ମଧ୍ୟରୁ ୨୭୩୮ଜଣ ଗୃହ ସଙ୍ଗରୋଧରେ ଏବଂ ୩୦୬ ଜଣ ଜିଲାର ୨ଟି କୋଭିଡ ହସପିଟାଲ ଓ ୩ ଗୋଟି କୋଭିଡ ଯତ୍ନ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅଦ୍ୟାବଧି ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୧୦୭ରେ ସ୍ଥିର ରହିଛି । ଅନ୍ୟପକ୍ଷରେ ୩ଦିନ ଧରି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ତେବେ ବାଲେଶ୍ୱର ଜିଲାରେ ବଢ଼ି ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟରୁ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଉଥିବା ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଇଛି । ଏନେଇ ଅଧିକରୁ ଅଧିକ ସତର୍କତା ଅବଲମ୍ବନ ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।