ବାଲେଶ୍ୱର : ୩୪୦ ପଜିଟିଭ୍, ୧୮୯ ସୁସ୍ଥ

ବାଲେଶ୍ୱର : ବାଲେଶ୍ୱରର କରୋନା ସ୍ଥିତି କ୍ରମଶଃ ଜଟିଳ ହେବାକୁ ଯାଉଥିବା ଲକ୍ଷ୍ୟ କରାଯାଇଛି । ଚଳିତ ମାସର ୧୪ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୫ଶହ ଛୁଇଁବା ଉଦବେଗର ବିଷୟ ହୋଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲାରେ ୩୪୦ଜଣ ନୂଆ ସଂକ୍ରମିତ ହୋଇଛନ୍ତି ।
ସଂକ୍ରମିତଙ୍କ ମଧ୍ୟରେ ସହରର ଚିଡ଼ିଆପୋଲ ଅଞ୍ଚଳରୁ ୫ଜଣ, ଅଙ୍ଗାରଗଡିଆରୁ ୪ଜଣ, ବାରବାଟିରୁ ୪, ବଟେଶ୍ୱରରୁ ୩, ମାକଲପୁରରୁ ୩, ସହଦେବଖୁଣ୍ଟାରୁ ୩, ନେଳିଆବାଗରୁ ୨, ଗୋପାଳଗାଁରୁ ୨, ମଠସାହିରୁ ୨, ତାମୁଳିଆ ଅଞ୍ଚଳରୁ ୨ଜଣଙ୍କ ସମେତ ଅରଡ଼ବଜାର, ଅଜିମାବାଦ, ଜିଲା ମୁଖ୍ୟ ଚିକିତ୍ସାଳୟ, କାଦରାବାଦ, ମଲିକାଶପୁର, ମୋତିଗଞ୍ଜ, ନୁରପୁର ରୋଡ଼, ପଢୁଆଁପଦା, ପୁଲିସ ଲାଇନ, ରାଜାବଗିଚା, ସୁନହଟ, ଶୋଭାରାମପୁର ପ୍ରଭୃତି ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି । ସେହିପରି ସଦର ବ୍ଲକରୁ ୫୦ଜଣ, ରେମୁଣା ବ୍ଲକରୁ ୫୨ଜଣ, ବାହାନଗାରୁ ୯୨ଜଣ, ଖଇରା ୪୮, ଔପଦାରୁ ୨୧, ଜଳେଶ୍ୱରୁ ୬, ସୋରରୁ ୧୦, ଭୋଗରାଇରୁ ୩, ବସ୍ତାରୁ ୩, ସିମୁଳିଆରୁ ୨ଜଣ, ନୀଳଗିରି ବ୍ଲକରୁ ୫ଜଣ ଓ ବାଲିଆପାଳ ବ୍ଲକରୁ ୬ଜଣ ନୂଆ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତେ ସ୍ଥାନୀୟ ସଂକ୍ରମିତ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ଅଦ୍ରାବଧି୧୮,୧୯୩ରେ ପହଞ୍ଚିଥିବା ବେଳେ ଦିନକରେ ୧୮୯ ଜଣଙ୍କ ସମେତ ଆଜିସୁଦ୍ଧା ୧୫,୧୫୦ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଏବେ ସକ୍ରିୟ ଥିବା ୨,୯୩୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୫୮୭ଜଣ ଗୃହ ସଙ୍ଗରୋଧରେ ଏବଂ ୩୦୮ ଜଣ ଜିଲାର ୨କୋଭିଡ ହସପିଟାଲ ଓ କୋଭିଡ ଯତ୍ନ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ବେଳେ ଅଦ୍ୟାବଧି ଜିଲାରେ କୋଭିଡ ମୃତ୍ୟୁ ସଂଖ୍ୟା ୧୦୭ରେ ସ୍ଥିର ରହିଛି । ଅନ୍ୟପକ୍ଷରେ କୋଭିଡ ଟିକା ମହଜୁଦ ନଥିବା ଯୋଗୁଁ ଦୁଇ ଦିନ ଧରି ଜିଲାରେ ଟିକାକରଣ ବନ୍ଦ ରହିଛି । ତେବେ ଜିଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଗୁରୁତ୍ୱ ଦେଇ କୋଭିଡ କଟକଣା ସାଙ୍ଗକୁ ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦକୁ ଶତପ୍ରତିଶତ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।