ସୀମାନ୍ତରେ ଯବାନଙ୍କ ଗୁଳିରେ ୩ ଗ୍ରାମବାସୀ ମୃତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁରରେ ସିଆରପିଏଫ୍ ଙ୍କ ଗୁଳିମାଡ଼ ରେ ୩ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି ।
ସୂଚନା ଅନୁଯାୟୀ, କିଛି ଦିନ ହେବ ସିଲଗର ଅଂଚଳର ଗ୍ରାମବାସୀ ମାନେ ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରି ଆସୁଥିଲେ । ତେବେ ଆଜି ସେମାନେ କ୍ୟାମ୍ପ କୁ ଧସେଇ ପଶିବାକୁ ଚେଷ୍ଟା କରିଥିବା ବେଳେ ସୁରକ୍ଷା କର୍ମୀ ମାନେ ଗୁଳିମାଡ କରିଥିଲେ । ଯାହା ଫଳରେ ୩ ଜଣ ଗ୍ରାମବାସୀଙ୍କୁ ଗୁଳି ବାଜିଛି ଏବଂ ସେମାନଙ୍କ ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବରଣ କରିଥିବା ୩ ଜଣ ମାଓବାଦୀ ଓ କ୍ୟାମ୍ପ କୁ ବିରୋଧ କରୁଥିବା ସମସ୍ତେ ମାଓବାଦୀ ଙ୍କ ମିଲିସିଆ ସଦସ୍ୟ ବୋଲି ବସ୍ତର ଆଇଜି ପି, ସୁନ୍ଦର ରାଜ ପ୍ରକାଶ କରିଛନ୍ତି ।