ଯୁବକଙ୍କ ଗଳାକାଟି ହତ୍ୟା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଘର ସାମ୍ନାରେ ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି l ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ମୁଣ୍ଡ ଠାରୁ ଗଣ୍ଡିକୁ ଦୃବୁର୍ତ୍ତ ଅଲଗା କରିଦେଇଥିବା ଜଣାପଡ଼ିଛି।
ସୂଚନା ଯେ, ଲାଞ୍ଜିଗଡ଼ ଥାନା ସିମିଲିଭଟ୍ଟା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ବତିଶ ବର୍ଷୀୟ ନୀଳମଣି ଦଣ୍ଡସେନା ବୋଲି ଜଣାପଡିଛି। ସକାଳୁ ତାଙ୍କ ସ୍ତ୍ରୀ ଚଂଚଳା ଦଣ୍ଡାସେନା ମୃତ ଦେହ ଦେଖି ପୋଲିସକୁ ଏନେଇ ଖବର ଦେଇଥିଲେ। ଘଟଣାସ୍ଥଳରେ ଲାଞ୍ଜିଗଡ଼ ପୋଲିସ ପହଂଚି ତଦନ୍ତ ଜାରି ରଖିଛି। ଘର ସାମ୍ନାରେ ନିର୍ମମ ହତ୍ୟା ସତ୍ବେ ଘରେ ଶୋଇଥିବା ସ୍ତ୍ରୀ ଜାଣି ନ ପାରିବା ପୋଲିସର ସନ୍ଦେହ ପ୍ରକାଶ ପାଇଛି।