ଏଥର ସ୍ୱାଭାବିକ ହେବ ମୌସୁମୀ ପ୍ରବାହ
![](https://thetruths.in/wp-content/uploads/2021/04/India-Monsoon-1024x569.jpg)
ନୂଆଦିଲ୍ଲୀ: ଚଳିତବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ପ୍ରବାହ ହେବ ବୋଲି ଶୁକ୍ରବାର ସରକାର ବର୍ଷାଋତୁ ପାଇଁ ପୂର୍ବାନୁମାନ ଜାରି କରିଛନ୍ତି।ଅନ୍ଲାଇନ୍ ବ୍ରିଫିଙ୍ଗ୍ରେ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ୍ କହିଛନ୍ତି, ଏଥର ମୌସୁମୀ ପ୍ରବାହଜନିତ ବର୍ଷା ୯୮% ହେବ। ମୌସୁମୀ ପ୍ରବାହଜନିତ ଏହି ପରିମାଣର ବର୍ଷା ସ୍ୱାଭାବିକ ଶ୍ରେଣୀର। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରଥମେ ସାଧାରଣତଃ ଜୁନ୍ ପ୍ରଥମ ସପ୍ତାହରେ କେରଳର ଦକ୍ଷିଣ ଅଞ୍ଚଳକୁ ସ୍ପର୍ଶ କରେ ଏବଂ ସେପ୍ଟେମ୍ବର ସୁଦ୍ଧା ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ କରେ।ଏଥର ବର୍ଷା ଚାରିମାସରେ ସ୍ୱାଭାବିକ ବୃଷ୍ଟିପାତ ୯୬%ରୁ ୧୦୪% ମଧ୍ୟରେ ରହିବ।
ସୂଚନା ଯେ, ପାଣିପାଗ ବିଭାଗ କହିଥିଲା ଯେ, ଗତ ସେପ୍ଟେମ୍ବର ମାସରେ ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ଥିଲା। ଗତ ୩୦ ବର୍ଷ ମଧ୍ୟରେ ଏହା ଥିଲା ସେପ୍ଟେମ୍ବର ମାସରେ ସବୁଠୁ ଅଧିକ ବୃଷ୍ଟିପାତ।