ଏହି ୩ଟି ଜିନିଷ ପର୍ସରେ ସବୁବେଳେ ରଖିବା ଆବଶ୍ୟକ! ଫଳରେ ସର୍ବଦା ଟଙ୍କାରେ ଭର୍ତ୍ତି ହୋଇ ରହିଥାଏ
![](https://thetruths.in/wp-content/uploads/2021/11/Purse-Always-Full-of-Money.jpg)
ଯେଉଁ ମାନଙ୍କର ଆର୍ଥିକ ସମସ୍ୟା ଚାଲିଛି ସେମାନେ ଏହି ପ୍ରୟୋଗ ନିଶ୍ଚୟ କରନ୍ତୁ ଦେଖିବେ ପର୍ସ ସବୁବେଳେ ଟଙ୍କା ପଇସାରେ ଭରି ହୋଇରହିବ ଏହା ସହିତ ଧନର ବୃଦ୍ଧି ମଧ୍ୟ ହେବ। ଯେକୌଣସି ଧନ ଜନିତ ସମସ୍ୟା ଏହି ଉପାୟ ଦ୍ୱାରା ଦୂର ହୋଇଯିବ। ଆପଣ ଏହାକୁ କିପରି ସହଜରେ କରିପାରିବେ ଆସନ୍ତୁ ଜାଣିବା ସେହି ୩ ଟି କେଉଁ ଜିନିଷ ଯାହାକୁ ପର୍ସରେ ରଖିଲେ ଧନ ଜନିତ ସମସ୍ୟା ଦୂର ହୋଇ ଧନର ଆଗମନ ହେବ।
ବନ୍ଧୁଗଣ ଏହି କ୍ରିୟାଟିକୁ ଶୁକ୍ରବାର ଦିନ ହିଁ କରିବେ। ଏଥିପାଇଁ ଆବଶ୍ୟକ ପ୍ରଥମ ସାମଗ୍ରୀଟି ହେଉଛି ଗୋଟିଏ ସବୁଜ ରଙ୍ଗର ଛୋଟ କପଡା ଆଣିବେ କିମ୍ବା ଜରି କପଡା ହେଲେ ବି ଚଳିବ। ଜରି କପଡା ନେଲେ ଏହା କୌଣସି ଛୁଆଁ ଛୁତିରେ ମାରା ହୁଏନାହିଁ। ସେଥିପାଇଁ ଆପଣ ଗୋଟେ ଜରି କପଡା ହେଉ କିମ୍ବା କପଡା ହେଉ ଛୋଟ ଗୋଟେ କପଡା ନେବେ ଯେମିତି ପର୍ସରେ ଅଳ୍ପ ଜାଗାରେ ରହିପାରିବ। ସେହି କପଡ଼ାରେ ଅଳ୍ପ କିଛି ପାନ ମଧୁରୀ ରଖିବେ ଏବଂ ୨ ଟି ଗୁଜୁରାତି ମଧ୍ୟ ସେଥିରେ ନେବେ ଯେମିତି ଗୁଜୁରାତି ସବୁଜ ରଙ୍ଗର ହେବା ଦରକାର।
ଦୁଇଟି ଗୁଜୁରାତି ଏଇଥି ପାଇଁ ନେବେ ଗୋଟେ ଗୁଜୁରାତି ଆପଣଙ୍କ ମନୀପର୍ସର ବାଲାନ୍ସ ରକ୍ଷା କରିବା ପାଇଁ ଟଙ୍କା ପଇସାର। ଆଉ ଗୋଟେ ଗୁଜୁରାତି ସେ ଆପଣଙ୍କର ଗୃହରେ ଥିବା ଧନ ଭଣ୍ଡାରର ସନ୍ତୁଳନ ରକ୍ଷା କରିବ। ଏହା ପରେ ଆଉ ଗୋଟିଏ ଜିନିଷର ଆବଶ୍ୟକତା ପଡିବ ତାହା ହେଉଛି ଭୀମସିନୀ କର୍ପୁର। ଏହାକୁ ଆପଣ ଅଳ୍ପ ପରିମାଣରେ ନେବେ। ସବୁ ଗୁଡିକୁ ମିଶାଇ ଏକ ଛୋଟ ପୁଟୁଳା ହେବ ସେହି ହିସାବରେ ଆପଣ ସବୁ ଜିନିଷର ଆୟତନ କମ କମ ନେବେ। ଏହାକୁ ଛୋଟ ପୁଟୁଳା କରିଦେବେ।
ଏହିସବୁକୁ ସେହି ସବୁଜ ରଙ୍ଗର କପଡ଼ାରେ ରଖି ଗୋଟେ ସବୁଜ ସୁତାରେ ବାନ୍ଧି ଗଣ୍ଠି ପକେଇଦେବେ। ଏହା ପରେ ଏହାକୁ ଶୁକ୍ରବାର ଦିନ ଆପଣଙ୍କର ସୁର୍ଯ୍ୟ ଉଦୟ ହେବାର ୧୨ମିନିଟ ଭିତରେ ଏହି ପୁଡ଼ିଆଟିକୁ ନିଜ ମନୀପର୍ସରେ ରଖିଦେବେ। ଅନ୍ୟ କୌଣସି ଦିନ କି ସମୟରେ ନୁହେଁ। ଆଉ ଆପଣ ସେହି କ୍ରିୟାଟି କରିବା ପୂର୍ବରୁ ସ୍ନାନ କରି ନେଇଥିବେ ବିନା ସ୍ନାନରେ କରିବେ ନାହିଁ।
ମନୀପର୍ସରେ ରଖିବା ପରେ ଆପଣ ଶ୍ରୀମ ଏହି ମନ୍ତ୍ରଟିକୁ ଅଧ ଘଣ୍ଟାଏ ପାଇଁ ମାନସ ଜପ କରିବେ। ମହା ଲକ୍ଷ୍ମୀଙ୍କୁ ଧ୍ୟାନ କରିବେ। ଆପଣ ଏହି କ୍ରିୟାଟିକୁ କରନ୍ତୁ। ଯେତେବେଳେ ଆପଣ ନୂତନ ପର୍ସ ଆଣିବେ ତ ଏହି ପୁଡ଼ିଆଟିକୁ ଆଉ ଆଉ ନୂଆ କରିବା ଦରକାର ନାହିଁ ଆପଣ ସେହି ପୁଡ଼ିଆକୁ ନୂତନ ପର୍ସରେ ରଖିଦେବେ। ଏହି କ୍ରିୟାଟି କରିବା ଦ୍ୱାରା ଆପଣଙ୍କର ମୂଳାଧାରା ଚକ୍ରଟି ଜାଗ୍ରତ ହୁଏ ଏବଂ ଏହି ମୁଳାଧାରା ଚକ୍ରଟି ଜାଗ୍ରତ ହେଲେ ଏହା ମା ଲକ୍ଷ୍ମୀଙ୍କୁ ଚୁମ୍ବକ ଭଳି ଆକର୍ଷିତ କରିଥାଏ। ଏହି କ୍ରିୟାଟି ଅତ୍ୟନ୍ତ ଶକ୍ତିଶାଳୀ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବାର ଏହି ଉପାୟଟିକୁ କରିକି ଦେଖନ୍ତୁ।