ହାଓଡ଼ାରୁ ଚାଲିବ ୨ଟି ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର : ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଠାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ମଧ୍ୟରେ ଦୁଇଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ୦୮୪୦୭ ହାଓଡ଼ା-ଭାସ୍କୋ-ଡ଼ା-ଗାମା-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ା ଠାରୁ ୧୭ ରୁ ୨୯ ଏପ୍ରିଲ ମଧ୍ୟରେ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶନିବାର ରାତି ୧୧ଟା୩୦ମି.ରେ ଛାଡି ଭାସ୍କୋ-ଡ଼ା-ଗାମା ଠାରେ ପରବର୍ତୀ ଦ୍ୱିତୀୟ ଦିବସ ଅପରାହ୍ନ ୩ଟା୪୫ମି.ରେ ପହଂଚିବ । ଫେରିବା ମାର୍ଗରେ, ୦୮୪୦୮ ଭାସ୍କୋ-ଡ଼ା-ଗାମା-ହାଓଡ଼ା-ଭାସ୍କୋ-ଡ଼ା-ଗାମା ସ୍ପେଶାଲ୍ ଭାସ୍କୋ-ଡ଼ା-ଗାମା ଠାରୁ ୨୦ ଏପ୍ରିଲରୁ ୨ ମଇ, ୨୦୨୧ ମଧ୍ୟରେ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ସକାଳ ୬ଘ.୫୦ମି.ରେ ଛାଡି ହାଓଡ଼ା ଠାରେ ତା\’ପରଦିନ ରାତ୍ରି ୧୧ଘ.୨୫ମି.ରେ ପହଂଚିବ ।
ସେହିପରି ୦୮୧୧୭ ହାଓଡ଼ା-ମହୀଶୂର ବିଶେଷ ଟ୍ରେନ ହାଓଡ଼ା ଠାରୁ ୨୩ ରୁ ୩୦ ଏପ୍ରିଲ୍ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ ୪ଟା୧୫ମି.ରେ ଛାଡି ମହୀଶୂର ଠାରେ ପରବର୍ତୀ ଦ୍ୱିତୀୟ ଦିବସ ଭୋର ୩ଟା୫୦ମି.ରେ ପହଂଚିବ । ଫେରିବା ମାର୍ଗରେ, ୦୮୧୧୮ ମହୀଶୂର-ହାଓଡ଼ା ବିଶେଷ ଟ୍ରେନ ମହୀଶୂର ଠାରୁ ୨୫ ଏପ୍ରିଲ୍ ରୁ ୨ ମଇ ମଧ୍ୟରେ ପ୍ରତ୍ୟେକ ରବିବାର ଦିନ ରାତ୍ରି ୧୧ଟା୪୫ମି.ରେ ଛାଡି ହାଓଡ଼ା ଠାରେ ପରବର୍ତୀ ଦ୍ୱିତୀୟ ଦିନ ପୂର୍ବାହ୍ନ ୧୦ଟା୫୫ମି.ରେ ପହଂଚିବ ।