ଦାଣ୍ଡରେ ମଝିରେ ମହିଳାଙ୍କୁ ଗଡେଇ ମାଡ଼
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା କୋରଗାଁର ୨ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ପାରିବାରିକ ବିବାହ ଲାଗିରହିଥିଲା । ଯାହାର ପରିଣତି ଶୁକ୍ରବାର ଅପରାହ୍ନରେ ଉଭୟ ପରିବାର ମଧ୍ୟରେ ପୂର୍ବ ଘଟଣାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ଉତ୍କ୍ଷୀପ୍ତ ହୋଇ କିଛି ଲୋକ ସୁଚିସ୍ମିତା ନାମକ ଜଣେ ମହିଳାଙ୍କ ବାଉଁଶରେ ଆକ୍ରମଣ କରିଥିଲେ । କେବଳ ପୁରୁଷ ନୁହେଁ ବରଂ ମହିଳାମାନେ ମଧ୍ୟ ଆକ୍ରମଣ କରିଥିଲେ । ମହିଳା ଜଣଙ୍କ ତଳେ ପଡିଯାଇଥିବା ବେଳେ ତାଙ୍କୁ ବାଉଁଶରେ ପିଟୁଥିବାର ଚିତ୍ର ଭାଇରାଲ ହେବାରେ ଲାଗିଛି । ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତେବେ ପୂର୍ବରୁ ତାଙ୍କୁ ଶାଶୂ ଘର ଲୋକେ ଯୌତୁକ ନିର୍ଯାତନା ଦେଇଥିବା ନେଇ ଥାନାରେ ମାମଲା ରହିଛି।
ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମହିଳାଙ୍କ ଗାଁ ଦାଣ୍ଡରେ ଉଲ୍ଲଗ୍ନ କରି ପିଟୁଥିବା ବେଳେ ସ୍ଥାନୀୟଲୋକ କେହି ବି ପ୍ରତିବାଦ କରିନଥିଲେ । ସମସ୍ତ ଘଟଣାକୁ ଦେଖୁ ଥିଲେ ମଧ୍ୟ କେହି ଆକ୍ରମଣରୁ ମହିଳାଙ୍କୁ ଉଦ୍ଧାର କରିନଥିଲେ । ସେପଟେ ମାମଲାକୁ ନେଇ ନିକଟସ୍ଥ ଥାନାରେ ଅଭିଯୋଗ କରାଯାଇଛି । ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।