କେନ୍ଦ୍ରାପଡ଼ାରେ ଏକ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ
- ୨ ମୁଣ୍ଡ, ୪ ଆଖି, ୩ ହାତ ସହ ରହିଛି ୪ କାନ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ନର୍ସିଂହୋମରେ ଅଦ୍ଭୁତ ଶିଶୁ କନ୍ୟା ଜନ୍ମ ନେଇଛି । ଯାହାର ଦୁଇଟି ମୁଣ୍ଡ ରହିଥିବା ବେଳେ ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଛି ।
ରବିବାର ପୂର୍ବାହ୍ନ ୧୧ଟାରେ ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁର ଉମାକାନ୍ତ ପରିଡାଙ୍କ ସ୍ତ୍ରୀ ଅମ୍ବିକା ଏହି ଶିଶୁ କନ୍ୟାଟିକୁ ଜନ୍ମ ଦେଇଛନ୍ତି । ଏହା ଉମାକାନ୍ତଙ୍କ ଦ୍ଵିତୀୟ ସନ୍ତାନ ବୋଲି ଜଣାପଡିଛି । ଶିଶୁଟିର ପିଠି ପଟକୁ ଗୋଟେ ହାତ ରହିଛି l ତେବେ ଡାକ୍ତର ମାନେ ଶିଶୁଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି ।