ଆଜି ଭର୍ଚୁଆଲ୍ ବୈଠକରେ ନୂତନ ଶିକ୍ଷା ନୀତିର ଯୋଜନା ଏବଂ କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
- ଆଜି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ଭର୍ଚୁଆଲ୍ ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୂତନ ଶିକ୍ଷା ନୀତିର ଯୋଜନା ଏବଂ କାର୍ଯ୍ୟକାରିତା ବିଷୟରେ ମଧ୍ୟ ଆଲୋଚନା କରିବେ। ମଙ୍ଗଳବାର ଦିନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ବୈଠକ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ।
କରୋନାର ଦ୍ୱିତୀୟ ଲହର ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବାତିଲ କରିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ୍ ମେ ୧୮ ଅର୍ଥାତ ଆଜି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମସ୍ତ କୁଳପତିଙ୍କୁ ଭର୍ଚୁଆଲ ମାଧ୍ୟମରେ ଭେଟି କୋଭିଡ୍ -୧୯ ମଧ୍ୟରେ ଅନଲାଇନ୍ ଶିକ୍ଷା ସମୀକ୍ଷା କରିବେ। ଏହି ଭର୍ଚୁଆଲ୍ ବୈଠକରେ ମନ୍ତ୍ରୀ ନୂତନ ଶିକ୍ଷା ନୀତି -୨୦୨୦ ର ଯୋଜନା ଏବଂ କାର୍ଯ୍ୟକାରିତା ବିଷୟରେ ମଧ୍ୟ ଆଲୋଚନା କରିବେ। କୋଭିଡର ଦ୍ୱିତୀୟ ତରଙ୍ଗ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦଶମ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷାକୁ ବାତିଲ କରି ଦ୍ୱାଦଶ ଶ୍ରେଣୀର ସିବିଏସଇ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି।