ଟ୍ରକ-୪୦୭ ଧକ୍କା, ଚାପି ହୋଇ ଡ୍ରାଇଭର ମୃତ
![](https://thetruths.in/wp-content/uploads/2021/04/Truck-Accident.jpg)
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କଶୁପଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ୪୦୭ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ହିଁ ୪୦୭ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡ୍ରାଇଭରଙ୍କ ମୃତଦେହ ଏବେବି ଚାପି ହୋଇ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହାକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି ।