ଜୁନ୍ ୨୬ରେ ମହାନଦୀ ଜଳବିବାଦ ମାମଲାରେ ଟ୍ରିବୁନାଲରେ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୨୬ରେ ମହାନଦୀ ଜଳବିବାଦ ମାମଲାରେ ଟ୍ରିବୁନାଲରେ ଶୁଣାଣି ହେବ। ଏନେଇ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ରେଜିଷ୍ଟ୍ରାର୍ଙ୍କ ପକ୍ଷରୁ ସୂଚିତ କରାଯାଇଛି। କୋଭିଡ୍ ମହାମାରୀ ସଂକ୍ରମଣ ବୃଦ୍ଧି ତଥା ଲକ୍ଡାଉନ୍ କଟକଣା ଯୋଗୁଁ ଏପ୍ରିଲ୍ ୧୦ ଏବଂ ମେ ୮ ତାରିଖର ଶୁଣାଣିକୁ ଟ୍ରିବ୍ୟୁନାଲ୍ ସ୍ଥଗିତ କରିଦେଇଥିଲେ।
ଟ୍ରିବ୍ୟୁନାଲ୍ର ବିଚାରପତିଙ୍କ ଉପସ୍ଥିତ ତଥା ପାରି ପାର୍ଶ୍ଵିକ ଅବସ୍ଥାକୁ ଦୃଷ୍ଟିରେ ରଖି ଜୁନ୍ ୨୬ରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ମହାନଦୀ ଜଳବିବାଦ ମାମଲାର ଜୁନ୍ ୨୬ ଶୁଣାଣି ଭିଡିଓ କନ୍ଫରେନ୍ସିଂ ଜରିଆରେ ହେବ ବୋଲି ରେଜିଷ୍ଟ୍ରାର ସୂଚିତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଣମୌସୁମୀ ସମୟରେ ଓଡ଼ିଶାର ଜଳ ଦାବି କଥାରେ ବୁଝାମଣା ହୋଇ ପାରିନାହିଁ। ଟ୍ରିବୁନାଲରେ ମୂଳ ମମାଲର ମଧ୍ୟ ଥରେ ମାତ୍ର ଶୁଣାଣି ହୋଇନାହିଁ।