ପଛକୁ ଗଡ଼ିଲା ଟ୍ରାକ୍ଟର, କାନ୍ଥରେ ଚାପି ଡ୍ରାଇଭର ମୃତ

ତେଲକୋଇ : ତେଲକୋଇ ଥାନା ଗଳଦା ଗାଁରେ ଅଭାବନୀୟ ଘଟଣା ଘଟିଛି । ନିଜ ଟ୍ରାକ୍ଟର ଧକ୍କାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ତେଲକୋଇ ଗଳଦା ଗାଁର ଗୋବିନ୍ଦ ମୁଣ୍ଡା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ଗୋବିନ୍ଦ ବାଲିଘାଟରୁ ଆଜି ଟ୍ରାକ୍ଟର ଯୋଗେ ବାଲି ଲୋଡ କରି ଅନ୍ଲୋଡ଼ ପାଇଁ ଗଳଦା ଗାଁକୁ ଯାଇଥିଲେ । ଘର ପାଖରେ ଟ୍ରାକ୍ଟର ଛିଡା କରି ପଛା ଡାଲାର ଲକ୍ ଖୋଲିବା ବେଳେ ଟ୍ରାକ୍ଟରର ହ୍ୟାଣ୍ଡ ବ୍ରେକ୍ ଲଗାଇନଥିବାରୁ ଗାଡିଟି ପଛକୁ ଗଡିବା ଆରମ୍ଭ କରିଥିଲା । ଫଳରେ ଡ୍ରାଇଭର ଜଣଙ୍କ ଘର କାନ୍ଥରେ ଚାପି ଦେଇଥିଲା । ଘର କାନ୍ଥରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।