କରୋନାର ତୃତୀୟ ଲହର ଘାତକ ହେବନି
![](https://thetruths.in/wp-content/uploads/2021/06/Health-expert-Dr.-Niroj-Mishra.jpg)
ଭୁବନେଶ୍ୱର : କରୋନାର ତୃତୀୟ ଲହର ସେତେଟା ଘାତକ ହେବନି । ତୃତୀୟ ଲହର ଦେଖି ରାଜ୍ୟ ସରକାର ବହୁତ ଆଗୁଆ ପଦକ୍ଷେପ ନେଇଛନ୍ତି, ଯାହା ଭଲ କଥା । ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ୪ପ୍ରତିଶତ ରହିବ । ଏହା ସହ ତୃତୀୟ ଲହର ବେଳକୁ ବହୁ ଲୋକ ଟିକା ନେଇସାରିଥିବେ ଏବଂ ଔଷଧବି କିଛି ଆସି ଯାଇଥିବ । ତେଣୁ ତାହା ଘାତକ ହେବ ନାହଁ । ଦ୍ୱିତୀୟ ଡୋଜ ଟିକା ପ୍ରକ୍ରିୟାରେ ୩ମାସ ବିଳମ୍ବ ହେଲେ କିଛି ଅସୁବିଧା ହେବ ନାହଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ ଧିରେ ଧିରେ କରୋନା ସ୍ଥିତି ସୁଧୁରୁଛି । ସଂକ୍ରମଣ ହାର କମିବାକୁ ଲାଗିଛି । ସବୁଠାରୁ କମ୍ ପଜିଟିଭ ହାର ଆଜି ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହର ମଝିରେ ଦୈନିକ ପଜିଟିଭ ହାର ୨୬ ପ୍ରତିଶତ ଥିଲା । ଏବେ ଏହା ଖସି ୧୧ ପ୍ରତିଶତରେ ପହଂଚିଛି । ଲକ୍ ଡାଉନ୍ ଉଠିଲା ବେଳକୁ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଥିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ତେବେ ଯଦି ଆଗକୁ ଏମିତି ସ୍ଥିତି ରୁହେ ମାନେ କରୋନା ସଂକ୍ରମଣ କମିବାକୁ ଲାଗେ ତେବେ ଲକ୍ ଡାଉନ୍ କୋହଳ ହୋଇପାରେ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର ।