ରାଜ୍ୟରେ ପହଞ୍ଚିଲା ୯ଲକ୍ଷ ୪୩ହଜାର କୋଭିସିଲ୍ଡ ଟିକା
![](https://thetruths.in/wp-content/uploads/2021/07/Covieshiled-vaccine-1024x576.jpg)
ଭୁବନେଶ୍ୱର : ମହାମାରୀ କରୋନା ବିପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ ଟିକାକରଣ ଜାରି ରହିଛି । କିନ୍ତୁ ଟିକା ଅଭାବରୁ କିଛି ରାଜ୍ୟରେ ଟିକାକରଣ ବନ୍ଦ ରହିଥିବା ଜଣାପଡ଼ିଛି । ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି କିଛି ଜିଲ୍ଲାରେ ଦେଖିବାକୁ ମିଳିଥିଲା ।
ଏହି ସମସ୍ୟା ଦୂର କରିବା ପାଇଁ ରାଜ୍ୟକୁ ଶୁକ୍ରବାର ୯ଲକ୍ଷ ୪୩ହଜାର କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ସେହିପରି ଗତ ଗୁରୁବାର ୧ ଲକ୍ଷ କୋଭିସିଲ୍ଡ ଟିକା ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା ।