ଆଉ ୬ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ କେନ୍ଦ୍ରକୁ ଜଣାଇଲା ରାଜ୍ୟ

ଭୁବନେଶ୍ୱର : ଜୁନ୍ ମାସର ୬ ଲକ୍ଷ କୋଭିସିଲ୍ଡ ଟିକା ଦେବାକୁ କେନ୍ଦ୍ରକୁ ଜଣାଇଲା ରାଜ୍ୟ । ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ରକୁ ଜଣାଇଛନ୍ତି । ଟିକା ଆସିଲେ ସୁରୁଖୁର ଭାବେ ଟିକାକାରଣ କରିହେବ। ମଙ୍ଗଳବାର ସୁଦ୍ଧା ଆବଶ୍ୟକୀୟ ଟିକା ନ ପହଞ୍ଚିଲେ ଟିକାକରଣ କେନ୍ଦ୍ର ଚଳାଇବା ସମ୍ଭବ ପର ନୁହେଁ।
ବର୍ତ୍ତମାନର ରାଜ୍ୟରେ ୩.୫ ଲକ୍ଷ କୋଭିସିଲ୍ଡ ଟିକା ରହିଛି। ଯାହାକି ଦୁଇ ଦିନ ଯିବ। ବର୍ତ୍ତମାନ ସୁଦ୍ଧା ୧୩,୭୮,୩୧୦ ଟିକା ସବୁ ଜିଲ୍ଲାରେ ଦିଆସାରିଲାଣି । ପ୍ରତିଦିନ ୩ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ଏ ସମସ୍ୟା ସମ୍ପର୍କରେ ଅବଗତ କରିବାପରେ କେନ୍ଦ୍ର ସରକାର ଟିକା ଯୋଗାଇଦେବା ପାଇଁ ସହମତି ପ୍ରକାଶ କରିଛନ୍ତି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।