ଏପ୍ରିଲ ୨୨ରୁ ଚାଲିବ ପୁରୀ-ଗୁଣୁପୁର ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ଏପ୍ରିଲ ମାସ ୨୨ ତାରିଖ ଠାରୁ ପୁରୀରୁ ଏବଂ ୨୩ ତାରିଖ ଠାରୁ ଗୁଣୁପୁରରୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି । ୦୮୪୧୭ ପୁରୀ-ଗୁଣୁପୁର ସ୍ପେଶାଲ୍ ପୁରୀରୁ ଏପ୍ରିଲ ମାସ ୨୨ ତାରିଖ ଠାରୁ ପ୍ରତ୍ୟହ ପୂର୍ବାହ୍ନ ୯ଟା୩୦ମି.ରେ ଛାଡି ଗୁଣୁପୁର ଠାରେ ରାତ୍ର ୮ଟା୫୦ମି.ରେ ପହଂଚିବାକୁ ଥିବାବେଳେ ଫେରିବା ମାର୍ଗରେ ୦୮୪୧୮ ଗୁଣୁପୁର-ପୁରୀ ସ୍ପେଶାଲ୍ ଗୁଣୁପୁର ଠାରୁ ଏପ୍ରିଲ ମାସ ୨୩ ତାରିଖ ଠାରୁ ପ୍ରତ୍ୟହ ସକାଳ ଛଅ ଟାରେ ଛାଡି ପୁରୀ ଠାରେ ଅପରାହ୍ନ ୩ଟା୪୫ମି.ରେ ପହଂଚିବ ।
ପୁରୀ-ଗୁଣୁପୁର-ପୁରୀ ସ୍ୱତନ୍ତ୍ର ଟ୍ରେନରେ ଛଅଟି ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ କୋଚ୍ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ଥିବାବେଳେ ଏହା ପୁରୀ ଓ ଗୁଣୁପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ, ବୀରପୁରୁଷୋତମପୁର, ଡେଲାଙ୍ଗ, କଣାସ ରୋଡ୍, ମୋଟରୀ, ଖୋର୍ଦ୍ଧା ରୋଡ୍, ତାପଙ୍ଗ, ନିରାକାରପୁର, ଭୂଷଣ୍ଡପୁର, କାଳୁପଡାଘାଟ, କୁହୁଡ଼ି, ଗଙ୍ଗାଧରପୁର, ବାଲୁଗାଁ,ଚିଲିକା, ଖଲିକୋଟ, ରମ୍ଭା, ହୁମ୍ମା, ଗଞ୍ଜାମ, ଛତ୍ରପୁର, ଜଗନ୍ନାଥପୁର, ବ୍ରହ୍ମପୁର, ଗୋଳନ୍ଥରା, ସୁରଲା ରୋଡ୍, ଇଛାପୁରମ୍, ସୋମପେଟା, ମଣ୍ଡାସା ରୋଡ୍, ପଲାସା, ପୁଣ୍ଡି, ନୌପଡା, ଟୀକ୍କାଲି, ପଥପାଟ୍ଟନମ, ପାରଳାଖେମୁଣ୍ଡି, କାଶୀନଗର ଓ ବଂଶଧରା ଷ୍ଟେସନ ମାନଙ୍କରେ ରହଣି କରିବ ।