ଜୁଲାଇ ୧୪ରେ ନୂଆ ଟିମ୍ ସହିତ ପୁଣିଥରେ ବୈଠକ କରିବେ ପ୍ରଧାନମନ୍ତ୍ରୀ
![](https://thetruths.in/wp-content/uploads/2021/07/PM-Narendra-Modi-7.jpg)
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ଗତ ଜୁଲାଇ ୮ ତାରିଖରେ ହୋଇଥିଲା । ଏହାର ଦିନକ ପରେ ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ଏହାରି ମଧ୍ୟରେ ଆସନ୍ତା ଜୁଲାଇ ୧୪ରେ ଦ୍ୱିତୀୟ ଥର ପାଇଁ ନିଜ ଟିମ୍ ସହ ପ୍ରଧାନମନ୍ତ୍ରୀ ପୁଣିଥରେ ବୈଠକ କରିବେ ବୋଲି ସୂଚନା ମିଳିଛି । ମାତ୍ର ଏହି ବୈଠକରେ କେଉଁ ବିଷୟ ଉପରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ବିଶେଷ କରି କରୋନା ସ୍ଥିତି ଉପରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।
ସୂଚନା ଯେ, ଦେଶର କରୋନାର ଦ୍ୱିତୀୟ ଲହର ଟିକେ କମିଥିଲେ ବି କିଛି ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ଶୀର୍ଷରେ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିବା ସହ ୬ ଟି ରାଜ୍ୟକୁ ଏହାର କାରଣ ଓ ନିରାକରଣ ବାବଦରେ ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ୍ ପଠାଇଥିଲେ । ଜୁଲାଇ ୮ରେ ହୋଇଥିବା ବୈଠକରେ ବି ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ନେଇ ଉପଦେଶ ଦେଇଥିଲେ । ଏହା ସହ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ ଗଣମାଧ୍ୟମରେ ଅନାବଶ୍ୟକ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ । ସେ କହିଥିଲେ କି କେବଳ ନିଜ ମନ୍ତ୍ରାଳୟ ବ୍ୟତିତ ଅନ୍ୟ କୌଣସି ବାବଦରେ ମନ୍ତ୍ରବ୍ୟ ନଦେବାକୁ କହିବା ସହ ନିଜ ମନ୍ତ୍ରାଳୟଉପରେ ଫୋକସ କରିବାକୁ ସେ ଉପଦେଶ ଦେଇଥିଲେ ।