ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡ଼ିଲା ବିମାନ
![](https://thetruths.in/wp-content/uploads/2021/04/c3db05bb-8ff5-49dd-8066-690518621f28.jpg)
ଝାରସୁଗୁଡା : ଝାରସୁଗୁଡା ସହ ଆକାଶ ମାର୍ଗରେ ଯୋଡି ହେଲା ଚେନ୍ନାଇ। ଝାରସୁଗୁଡ଼ା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚେନ୍ନାଇକୁ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିଛି। ଆଜି ଅପରାହ୍ନ ୩ଟା ୨୦ରେ ଚେନ୍ନାଇରୁ ପ୍ରଥମ ବିମାନରେ ୮୪ ଜଣ ଯାତ୍ରୀ ଆସି ଝାରସୁଗୁଡାରେ ଅବତରଣ କରିଥିଲେ। ସେହିପରି ଅପରାହ୍ନ ୩ଟା ୫୦ରେ ବିମାନରେ ଝାରସୁଗୁଡ଼ାରୁ ୯୩ ଜଣ ଯାତ୍ରୀ ଚେନ୍ନାଇ ଯାତ୍ରା କରିଥିଲେ। ସମୟ ସାରଣୀ ଅନୁସାରେ ଏହି ବିମାନ ଅପରାହ୍ନ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ୩ଟା ୩୦ରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବ।