ଆଜି ଠାରୁ ଖୋଲିବ ଝାରସୁଗୁଡ଼ା ଇନ୍ଡୋର ଷ୍ଟାଡ଼ିୟମ
ଝାରସୁଗୁଡ଼ା : କୋଭିଡ-୧୯ ନିୟମକୁ କଡାକଡି ପାଳନ କରି ୫ ତାରିଖ ସୋମବାର ଠାରୁ ଝାରସୁଗୁଡା ପୌରପରିଷଦ ଅଧିନରେ ଥିବା ଇନ୍ଡୋର ଷ୍ଟାଡ଼ିୟମରେ ବ୍ୟାଡମିଂଟନ ଖେଳ ୩ଟି କୋର୍ଟରେ ଆରମ୍ଭ ହେବାକୁ ସ୍ଥିର କରାଯାଇଛି । ଏନେଇ ଶନିବାର ସନ୍ଧ୍ୟାରେ ଜିଲ୍ଳା ବ୍ୟାଡମିଂଟନ ଆସୋସିଏସନର ଏକ ବୈଠକ ସଭାପତି ତଥା ବିଧାୟକ କିଶୋର କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ହୋଟେଲ ମୋହିନି ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ସିଦ୍ଧାନ୍ତ କରାଯାଇଛି, ଯେ କୋଭିଡ-୧୯ ନିୟମ କୁ ପାଳନ କରି ଖେଳାଳି ମାନେ ହଲ୍ ମଧ୍ୟକୁ ପ୍ରବେଶ କରିବେ । ଖେଳିବା ପାଇଁ ଖେଳାଳିମାନେ ନିଜ ନାମକୁ ଜିଲ୍ଳା ବ୍ୟାଡମିଂଟନ୍ ଆସୋସିଏସନରେ ପଞ୍ଜିକରଣ କରି ଅନୁମତି ପତ୍ର ନେବାକୁ ପଡିବ । ଏହି ପତ୍ର କୁ ସବୁ ଦିନେ ସାଙ୍ଗ ରେ ଆଣିବାକୁ ବାଧ୍ୟ । ଖେଳିବା ପାଇଁ ଅପରାହ୍ନ ୪-୩୦ ମିନିଟ ରୁ ରାତି୧୦-୩୦ ମିନିଟ ପର୍ଯ୍ୟନ୍ତ ହଲ୍ ଖୋଲା ରହିବ । ୫ବର୍ଷ ରୁ ୧୬ ବର୍ଷ ବୟସ ର ବାଳକ ବାଳିକା ମାନଙ୍କ ପଞ୍ଜିକରଣ ପାଇଁ ପ୍ରଥମ ମାସରେ ୬୦୦ଟଙ୍କା ରଖା ଯାଇ ଥିବା ବେଳେ ପରବର୍ତି ମାସରେ ୩୦୦ ମାସିକ ଦେୟ ରଖା ଯାଇଛି । ୧୬ ବର୍ଷରୁ ଉର୍ଦ୍ଧ ଖେଳାଳି ମାନଙ୍କ ପାଇଁ ଟ୧୦୦୦/ ଟଙ୍କା (ଏକହଜାର ) ପଞ୍ଜିକରଣ ପରବର୍ତି ମାସରେ ମାସିକ ୬୦୦ ଟଙ୍କା ରଖା ଯାଇଛି । ଖେଳାଳି ମାନେ ବିନା ୟୁନିଫର୍ମ ରେ ଭିତର କୁ ଖେଳିବା ପାଇଁ ଅନୁମତି ମଳିବ ନାହିଁ । ଖେଳାଳି ଓ ବୟସ୍କ ଖେଳାଳି ମାନଙ୍କ ପାଇଁ ଖେଳିବା ର ସମୟ କମିଟି ର ସଂପାଦକ ଙ୍କ କମିଟି ଦ୍ୱାରା ନିର୍ଦ୍ଧରିତ କରା ଯିବ ଏହି ନିର୍ଦ୍ଧରିତ ସମୟ ମଧ୍ୟରେ ଖେଳିବାକୁ ପଡିବ । ଇନ୍ଡୋର ଷ୍ଟାଡିୟମ ମଧ୍ୟକୁ ପାନ, ଗୁଟୁକା, ସିଗାରେଟ୍ ଆଣିବାକୁ ଅନୁମତି ଦିଆ ଯିବ ନାହିଁ । ସଂପାଦକ ଶୁଭମ ଶର୍ମାଙ୍କ ଫୋନ ନମ୍ବର ୭୨୦୫୬୦୧୯୮୨/୯୭୭୭୬୯୩୪୪୪ ରେ ଖେଳାଳି ମାନେ ଯୋଗା ଯୋଗ କରିବା ପାଇଁ ଅନୁରୋଧ କରା ଯାଇଛି । ଏହି ବୈଠକରେ କାର୍ଯ୍ୟକାରୀ କମିଟିର ବରିଷ୍ଠ ସଦସ୍ୟ ପ୍ରତାପ ବେହେରା, ନୃପଲାଲ ଭୋଇ, ଶରତ କୁମାର ବେହେରା, ପ୍ରିତମ ଦାସ (ଜକି), କ୍ଷିରୋଦ ନନ୍ଦ୍ର ରାଉତ, ବିଜୟ ମୁନ୍ଦ୍ରା, ପ୍ରଦୀପ ନାଥ, ସନ୍ଦିପ ଲାଲା ଓ ଜୀବନ ମହାନ୍ତି ପ୍ରଭୃତି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।