ଓୟୁଜେ ପକ୍ଷରୁ ପରିଚୟ ପତ୍ର ପ୍ରଦାନ ଉତ୍ସବ ପାଳିତ

ବାଲେଶ୍ୱର : ବାଲେଶ୍ୱର ଷ୍ଟେସନ ଛକ ନିକଟସ୍ଥ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ରବିବାର ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ପରିଚୟ ପତ୍ର ପ୍ରଦାନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗଦେଇ ସାମ୍ବାଦିକ ମାନେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ପ୍ରମୁଖ ଅଂଶଗ୍ରହଣ କରିଛନ୍ତି। ଲୋକଙ୍କ ସେବା ଓ ଖବରକୁ ତୁରନ୍ତ ପ୍ରକାଶ କଲାବେଳେ ତାର ସତ୍ୟତା ପରଖିନେବା ଆବଶ୍ୟକ।କୌଣସି ପ୍ରକାର ଗୁଜବ ବା ମିଥ୍ୟା ଏଵଂ କପୋଳକଳ୍ପିତ ଖବର ପ୍ରକାଶନ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ବିଶେଷକରି ଗ୍ରାମାଂଚଳର ଅପହଞ୍ଚ ଅଞ୍ଚଳରେ ଲୋକମାନଙ୍କ ସମସ୍ୟା ଅଭାବ ଅସୁବିଧା ସଂପର୍କରେ ଗଠନ ମୂଳକ ଖବର ପ୍ରକାଶ ପାଇଲେ ତାହା ପ୍ରଶାସନ ପାଇଁ କାର୍ଯ୍ୟ କରିବାକୁ ସହଜ ହୋଇପାରିବ। ଓୟୁଜେ ଜିଲା ଶାଖାର ସଭ୍ୟ ସଂଖ୍ୟା ୧୦୦ ହୋଇଥିବାରୁ ଜିଲ୍ଲାପାଳ ଗଭୀର ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଲେ ଯେ, ଜଣେ ସାମ୍ବାଦିକ ପାଖରେ କର୍ତ୍ତବ୍ୟବୋଧ, ନିରପେକ୍ଷ, କଠିନ ପରିଶ୍ରମ, ସେବା ଓ ତ୍ୟାଗ,ପରୋପକାର ଆଦି ଗୁଣ ରହିବା ଆବଶ୍ୟକ। ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମରେ ଓୟୁଜେ ସଙ୍ଗଠନ ସଦସ୍ୟ ମାନେ ଅଂଶଗ୍ରହଣ କରୁଥିବାରୁ ଜିଲାପାଳ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ନିଳଗିରି ଉପଖଣ୍ଡର ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ କୁମାର ସାହୁ ଯୋଗଦେଇ ସଂଘ ପକ୍ଷରୁ କରାଯାଉଥିବା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସଙ୍ଘର ପୂର୍ବତନ ସଭାପତି ତଥା ବରିଷ୍ଠ ସଦସ୍ୟ ଶିଶିର କୁମାର ଦାସ ଯୋଗଦେଇ କହିଲେ ଯେ, ଓ ୟୁ ଜେ ରାଜ୍ୟରେ ଏକ ବୃହତ୍ ସଙ୍ଗଠନ ହୋଇଥିବା ବେଳେ ବାଲେଶ୍ୱର ଶାଖା ରେ ସଭ୍ୟ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଓୟୁଯେ ସର୍ବଦା ଗୁରୁତ୍ଵ ଦେଇଆସିଛି ବୋଲି ସେ କହିଥିଲେ।
ସଙ୍ଘର ଜିଲ୍ଲା ସଭାପତି ଗଙ୍ଗାଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ସଂଗଠକ ଉବାଚକ ମହାନ୍ତି, ମନୋଜ କୁମାର ରାଉଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ହାଇଦର ଖାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ କ୍ରମକୁ ମାନସ କୁମାର ବିଶ୍ୱାଳ, ଆଶୁତୋଷ ମଲ୍ଲିକ, ରତିକାନ୍ତ ପାତ୍ର, ଦିଲ୍ଲୀପ କୁମାର ଦାସ, ସୁରେଶ କୁମାର ଦାସ, ପ୍ରସନ୍ନ ଜିତ ଆଶ, ଆଲୋକ କୁମାର ବାରିକ, ଅଜିତ କୁମାର ମହାନ୍ତି, ସତ୍ୟଜିତ ସେନାପତି, ଅଧିପ କୁମାର ଜେନା, କହ୍ନେଇ ଚରଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସଙ୍ଘର ସାମ୍ବାଦିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।