ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

- ଆସନ୍ତାକାଲି ଅଣସର ପିଣ୍ଡିରେ ପୁଜା ପାଇବେ ପଟ୍ଟିଦିଅଁ
- ଆସନ୍ତାକାଲି ଠୁ ଶ୍ରୀ ଅଲାରନାଥ ଦର୍ଶନ
ପୁରୀ : ଭକ୍ତବତ୍ସଳ ମହାପ୍ରଭୁ ମହାବାହୁ ଆଜି ସ୍ନାନବେଦୀରେ ଗଜାନନ ବେଶରେ ଦର୍ଶନ ଦେଇଛନ୍ତି । କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତ ରେ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ଆଜି ଭୋର ୧ ଟାରୁ ରତ୍ନବେଦୀ ରୁ ପହଣ୍ଡି ହୋଇ ଚତୁର୍ଦ୍ଧାମୂର୍ତି ସ୍ନାନବେଦୀ ରେ ବିଜେ କରିଛନ୍ତି । ସ୍ନାନବେଦୀ ଉପରେ ମଙ୍ଗଳା ଆଳତୀ,ମୈଲମ, ତଡପଲାଗି, ରୋଷହୋମ, ସୂର୍ଯ୍ୟପୁଜା,ଅନ୍ୟାନ୍ୟ ନୀତି ସମାପନ ହୋଇଥିଲା । ସେବକମାନେ ୧୦୮ ଅଭିମନ୍ତ୍ରିତ ଅଧିବାସ ଜଳରେ ଚତୁର୍ଦ୍ଧାମୂର୍ତି ଙ୍କୁ ସ୍ନାନ କରାଇଥିଲେ । ପଂଚଦଶ ଶତାଦ୍ଦୀ ରେ କର୍ଣ୍ଣାଟକ କାଣିଆରି ଗ୍ରାମର ମହାଗଣ୍ୟପତ୍ୟ ସଂପ୍ରଦାୟ ର ବିଷ୍ଣୁଭକ୍ତ ବ୍ରାହ୍ମଣ ଶ୍ରୀ ଗଣପତି ଭଟ୍ଟ ଜ୍ୟେଷ୍ଠ ପୂର୍ଣ୍ଣମି ରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶର୍ନ କରିବା ସମୟରେ ଗଣପତି ବେଶ ନଦେଖିô ମନଦୁଖ ରେ ଫେରୁଥିଲେ । କିଛିବାଟ ଜିବା ପରେ ଶୂନ୍ୟବାଣୀ ହେଲା ସ୍ନାନବେଦୀ ରେ ତୁମର ପ୍ରିୟ ହାତୀ ବେଶ କୁ ଦର୍ଶନ କରିଯାଅ ।ତା ପରେ ଗଣପତି ଭଟ୍ଟ ସ୍ନାନବେଦୀ ରେ ଗଜାନନ ବେଶ ଦେଖି ଆତ୍ମବିଭୋର ହୋଇଉଠିଥିଲେ । ସେହିଦିନ ଠାରୁ ଜ୍ୟେଷ୍ଠ ପୁର୍ଣ୍ଣମୀ ସ୍ନାନ ଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତି ଙ୍କୁ ହାତୀବେଶ କରାଯାଉଛି । ମହାପ୍ରଭୁ ଶ୍ରୀବଳଭଦ୍ର ଙ୍କୁ ଧବଳ ରଙ୍ଗ ର ହାତୀବେଶ, ଶ୍ରୀଜଗନ୍ନାଥ ଙ୍କୁ କଳାରଙ୍ଗର ହାତୀବେଶ କରାଯାଇଛି । କଳା ଗଣେଶ ରୂପରେ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଦର୍ଶର୍ନ ଦେଇଛନ୍ତି । ଚଳିତ ବର୍ଷ ଭକ୍ତମାନେ ଦୂରଦର୍ଶର୍ନ ଜରିଆରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ଚାରିପଟେ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗୋପାଳ ତୀର୍ଥର୍ ମଠ ଓ ରାଘବ ଦାସ ମଠ ପକ୍ଷରୁ ଏହି ଗଜାନନ ବେଶ କୁ ବେଶ ସଂରଯାମ ଯୋଗାଇ ଦିଆଯାଉଛି । ଆଜି ଭୋର ୧ ଟାରୁ ମଙ୍ଗଳାର୍ପଣ ଡୋରଲାଗି, ପୁଷ୍ପାଞଳୀ ପରେ ପହଣ୍ଡି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସ୍ନାନ ବେଦୀ ଉପରେ ବିଭିନ୍ନ ନୀତି ଅନୁଷ୍ଠିତ ହେବା ପରେ ଜଳବିଜେ, ଜଳପୁଜା ଓ ଜଳସ୍ନାନ କରାଯାଇଥିଲା । ମୈଲମ ମେକାପ ସର୍ବାଙ୍ଗ ନୁଆ ଲୁଗା ଲାଗି ବେଶ କରାଯାଇଥିଲା । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଗଜପତି ମହାରାଜା ଛେରାପହଁରା ନକରି ମୁଦିରସ୍ତ ସେବକ ସ୍ନାନବେଦୀ ଉପରେ ରାଜ ନୀତି ପରେ ଛେରାପହଁରା କରିଥିଲେ । ପରେ ପରେ ହାତୀବେଶ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ରେ ହାତୀବେଶ ମୈଲମ ହୋଇଥିଲା । ପୁଷ୍ପାଞଳୀ ପରେ ଡୋରଲାଗି ହୋଇଥିଲା । ବାହୁଡା ପହଣ୍ଡି ରେ ଚତୁର୍ଦ୍ଧାମୂର୍ତି ଅଣସର ପିଣ୍ଡିରେ ଅବସ୍ଥାନ କରିଥିଲେ । ଏହି ସମୟରେ ସୁନା ଚିତା, ରାଉରେଖା, ମୈଲମ କରାଯାଇଥିଲା । ଅଣସର ତାଟ୍ଟୀ ବନ୍ଧାଯିବା ପରେ ଦଶାବତାର ଦିଅଁ ବିଜେ କରିଥିଲେ । ଚଳିତ ବର୍ଷର୍ ବିନା ଭକ୍ତରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ଭିତରଛ, ତଳିଛ, ପୁଷ୍ପାଳକ, ଖୁଂଟିଆ ଓ ଦୈତାପତି ସେବକ ମାନେ ହାତୀବେଶ କରିଥିଲେ ।
ସେହିପରି ମହାପ୍ରଭୁ ଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଇବା ପରେ ପ୍ରଭୁ ଜ୍ୱରରେ ପିଡୀତ ହୋଇ ଅଣସର ପିଣ୍ଡି ରେ ଅବସ୍ଥାନ କରୁଛନ୍ତି । ଦୈତାପତି ମାନେ ତାଟ୍ଟି ବାନ୍ଧି ଗୁପ୍ତସେବା ରେ ନିୟୋଜିତ ହୋଇଛନ୍ତି । ଏହି ସମୟରେ ଭକ୍ତ ଜଗନ୍ନାଥ ଙ୍କୁ ଦର୍ଶନ କରିନପାରି ବ୍ୟାକୁଳ ହୋଇଥାଏ । ଶ୍ରୀଚୈତନ୍ୟ ଅଣସର ସମୟରେ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିସ୍ଥ ଶ୍ରୀ ଅଲାରନାଥ ଦେବ ଙ୍କୁ ଚତୁର୍ଦ୍ଧାମୂର୍ତି ନାରାୟଣ ରୂପରେ ଦର୍ଶନ କରିଥିଲେ । ଶ୍ରୀ ଅଲାରନାଥ ଚତୁର୍ଦ୍ଧା ନାରାୟଣ ମୂର୍ତି ରୂପେ ପୁଜ୍ଜିତ ହେଉଛନ୍ତି । କଥିତ ଅଛି ବର୍ଷକ ଯାକ ଶ୍ରୀମନ୍ଦିର ରେ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶର୍ନ କଲେ ଯେତିକି ପୁଣ୍ୟ ମିଳିଥାଏ ଅଣସର ସମୟରେ ଶ୍ରୀ ଅଲାରନାଥ ଙ୍କୁ ଗୋଟିଏ ଦିନ ଦର୍ଶର୍ନ କଲେ ସମପୂଣ୍ୟ ଫଳ ଭକ୍ତ ପାଇଥାଏ । ଚଳିତ ବର୍ଷର୍ କରୋନା କଟକଣା ଯୋଗୁଁ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶର୍ନ କରିପାରିବେ ନାହିଁ ବୋଲି ମନ୍ଦିର ସୁତ୍ରରୁ ଜଣାପଡିଛି ।