ପଶ୍ଚିମବଙ୍ଗରେ ଜୁଲାଇ ୧୫ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି

କୋଲକାତା : ପଶ୍ଚିମବଙ୍ଗରେ ପୁଣି ବଢ଼ିଲା ଲକଡାଉନ ଅବଧି । ପଶ୍ଚିମବଙ୍ଗ ସରକାର ପୁଣି ଥରେ ଜୁଲାଇ ୧୫ ପର୍ଯ୍ୟନ୍ତ ବଢ଼ାଇଲେ ଲକଡାଉନ। କିନ୍ତୁ ଏଥର ପ୍ରଶାସନ ପକ୍ଷରୁ କିଛି ନିୟମ କୋହଳ କରାଯାଇ ଲକଡାଉନ ଅବଧି ବଢାଯାଇଛି । ସଂକ୍ରମଣ ଧିରେ ଧିରେ କମ ହେଉଥିବାରୁ ନିୟମ କୋହଳ କରାଯାଇଛି । ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ସକାଳ ୬:୦୦ରୁ -୧୦:୦୦ ଏବଂ ଅପରାହ୍ନ ୪:୦୦- ସନ୍ଧ୍ୟା ୮: ୦୦ ପର୍ଯ୍ୟନ୍ତ ଜିମ୍ ୫୦ ପ୍ରତିଶତ ଲୋକଙ୍କ ସହିତ ଖୋଲା ରହିପାରିବ । ସମସ୍ତ ବିୟୁଟି ପାର୍ଲର ଏବଂ ସେଲୁନ୍ ଗୁଡିକ ଦିନ ୧୧ରୁ- ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲା ରହିବ । ବେସରକାରୀ ଏବଂ ସରକାରୀ ବସ୍ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚଳାଚଳ କରିବ ଏବଂ କାର୍ଯ୍ୟାଳୟଗୁଡିକ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ ଖୋଲା ରହିପାରିବ । ସମସ୍ତ କର୍ମଚାରୀ ଏବଂ ଗ୍ରାହକଙ୍କୁ ଟିକାକରଣ କରିବାକୁ ପଡିବ । ତେବେ ନୂଆ ଭାରିଆଣ୍ଟ ଆସୁଥିବାରୁ ଏବେ ଟ୍ରେନ ଚଳାଚଳକୁ ଅନୁମତି ଦେଇନାହାନ୍ତି ପଶ୍ଚିମବଙ୍ଗ ସରକାର ।
ସୋମବାର ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁସାରେ : ୫୦ ପ୍ରତିଶତ କ୍ଷମତା ସହିତ ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ସେଲୁନ ଏବଂ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। ସମସ୍ତ କର୍ମଚାରୀ ଏବଂ ଗ୍ରାହକଙ୍କ ଟିକାକରଣ ହୋଇଥିବା ଆବଶ୍ୟକ। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ ଏବଂ ଅନ୍ୟାନ୍ୟ ଦୋକାନ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ୫୦ ପ୍ରତିଶତ କ୍ଷମତା ସହ ଜିମ୍ ଖୋଲିବାକୁ ଅନୁମତି ମିଳିଛି। ସକାଳ ୬ଟାରୁ ୮ଟା ଏବଂ ଦିନ ୪ଟାରୁ ରାତି ୮ଟା ଯାଏ ଖୋଲାରହିବ ଜିମ୍। ୫୦ ପ୍ରତିଶତ ଯାତ୍ରୀଙ୍କ ସହ ସରକାରୀ ଏବଂ ଘରୋଇ ବସ୍ ଚଳାଚଳ ହେବ। ୫୦ ପ୍ରତିଶତ କାର୍ଯ୍ୟ କ୍ଷମତା ସହ ସକାଳ ୧୦ଟାରୁ ଦିନ ୪ଟା ଯାଏ କାର୍ଯ୍ୟାଳୟଗୁଡ଼ିକ ଖୋଲାରହିବ। ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ବ୍ୟାଙ୍କ୍।