ଭାର୍ଗବୀ ନଦୀ ବନ୍ଧ ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଧଉଳି ଥାନା ଉତ୍ତରା ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଭାର୍ଗବୀ ନଦୀ ବନ୍ଧ ପାଖରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଛି । ଯୁବକଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ।
ଘଟଣା ସ୍ଥଳରେ ଏକ ସ୍କୁଟର ଗାଡି ରହିଛି । ଏହାସହ ଚପଲ ମଧ୍ୟ ପଡିଛି । ତେବେ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ । ଘଟଣା ସ୍ଥଳରେ ଧଉଳି ପୋଲିସ୍ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।