ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଗିରଫ

ନୂଆପଡା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗାଁରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରାଯାଇଛି । ପ୍ରାୟ ୧୫ କାର୍ଟୁନ ବିସ୍ଫୋରକକୁ ଜବତ କରିଛି ପୋଲିସ । ଏହା ମଧ୍ୟରେ ୨ ହଜାର ୯୨୫ ଟି ଜିଲେଟିନ ଷ୍ଟିକ୍, ୫୦ କିଲୋ ବିଶିଷ୍ଟ ୨୯ ବସ୍ତା ଏମୋନିୟମ ନାଇଟ୍ରେଟ, ୧୪୪ ଡିଟୋନେଟର,ନଗଦ ୩୨ ହଜାର ୯ ଶହ ଟଙ୍କା ସହ ୪ଟି ଟ୍ରାକ୍ଟର ଜବତ ହୋଇଛି । ଏହି ଘଟଣାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ପ୍ରେମ ସାଗର ମେହେରଙ୍କୁ ଗିରଫ କରାଯାଇଛି । ଖଡ଼ିଆଳ ଅତିରିକ୍ତ ତହସିଲଦାର, ଏସ.ଡି.ପି.ଓ ପୋଲିସ ଟିମ୍ ସହ ଚଢ଼ାଉ କରିଥିଲେ ।