୨୫ ଲକ୍ଷ କରୋନା ଟିକା ଦେବାକୁ ଦାବି କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟକୁ ତୁରନ୍ତ ୨୫ ଲକ୍ଷ କରୋନା ଟିକା ଓ ୩୦ ହଜାର ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ବୈଠକ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦାବି ରଖିଛନ୍ତି ।
ଶ୍ରୀ ଦାସ କହିଛନ୍ତି ଏବେ ରାଜ୍ୟରେ ୨୨ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବାକୁ ଅପେକ୍ଷା କରିଛନ୍ତି । ସେଥିପାଇଁ ଓଡ଼ିଶାକୁ ତୁରନ୍ତ ୨୫ ଲକ୍ଷ ଡୋଜ୍ ଟିକା ଯୋଗାଇ ଦିଆଯାଉ । ଓଡ଼ିଶାରେ ଅକ୍ସିଜେନ ପର୍ଯ୍ୟାପ୍ତ ଥିଲେ ବି ସିଲିଣ୍ଡର ଅଭାବ ରହିଛି । ତେଣୁ ୩୦ ହଜାର ସିଲିଣ୍ଡର ଯୋଗାଇ ଦିଆଯାଉ । ରାପିଡ୍ ଆଂଟିଜେନ୍ କିଟ୍, ପିପିଇ କିଟ୍ ଓ ମାସ୍କ ମଧ୍ୟ ଦିଅନ୍ତୁ । କେନ୍ଦ୍ରମନ୍ତ୍ରୀ ଦାବିକୁ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି ।