ସଂକ୍ରମଣ ବଢୁଥିବାରୁ ସରକାର ଆଲର୍ଟ ଅଛନ୍ତି

ଭୁବନେଶ୍ୱର : ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆଲର୍ଟ ଅଛନ୍ତି । ଯେଉଁମାନେ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ ଆହୁରି ବି କହିଛନ୍ତି ଯେ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳଙ୍କୁ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସୀମାନ୍ତବର୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢୁଛି ସେଠି ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସିଡିଏମଓ ଏବଂ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ସେଠିକାର ସ୍ୱେଚ୍ଛାସେବୀ ଗ୍ରୁପକୁ ଅଧିକ ସଜାଗ ରହିବା ପାଇଁ କୁହାଯାଇଛି । ଅପରପକ୍ଷରେ ରାଜ୍ୟରେ କୋଭିସିଲଡ ଟିକା ୬ ଲକ୍ଷ ରହିଛି ଯାହା ମାତ୍ର ୨ ଦିନରେ ସରିଯିବ । ତେଣୁ କେନ୍ଦ୍ର ସରକାରଙ୍କୁ ଅଧିକ ଟିକା ଦେବା ପାଇଁ ଚିଠି ଲେଖାଯାଇଛି । କୋଭାସ୍କିନ ଟିକା ରାଜ୍ୟରେ ପ୍ରଚୁର ପରିମାଣରେ ମହଜୁଦ ରହିଛି । ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କୁ ଟିକାକରଣ କରାଯିବା ନେଇ ଟାର୍ଗେଟ ରହିଛି । ବର୍ତମାନ ସୁଦ୍ଧା ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟିକା ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।