ଜନ୍ମବେଦିକୁ ବିଜେ କଲେ ଚତୁର୍ଦ୍ଧାମୂର୍ତି

- ଆସନ୍ତାକାଲିଠୁ ମିଳିବ ଆଡ଼ପ ଅଭଡ଼ା
ପୁରୀ : ଶ୍ରୀଗୁଣ୍ଡିଚା ଯାତ୍ରାରେ ଚତୁର୍ଦ୍ଧାମୂର୍ତି ରଥାରୁଢ଼ ହୋଇ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିଥିଲେ । ସେବାୟତ ମାନେ ଆନନ୍ଦା ସହକାରେ ରଥ ଟାଣି ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟକୁ ଆଣିଥିଲେ । ରଥାରୁଢ଼ ଶ୍ରୀଜୀଉମାନେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନିକଟରେ ବିରାଜମାନ କରିଥିଲେ । ରଥ ଉପରେ ବିଭିନ୍ନ ନୀତି ଓ ପୂଜା ଅନୁଷ୍ଠିତ ହୋଇଥିଲା । ରଥ ଉପରେ କେବଳ ଶୁଖିଲା ଭୋଗ ଓ ଫଳମୂଳ ଅର୍ପଣ କରାଯାଇଥାଏ । ଆଜି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀଜୀଉମାନେ ଜନ୍ମବେଦିରେ ବିରାଜମାନ କରିବା ପରେ ସିଂହାସନରେ ସେବାୟତ ମାନଙ୍କ ଦ୍ୱାରା ରୁନ୍ଧା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ ଆସନ୍ତା କାଲି ସକାଳ ଧୂପ ପରେ ଆଡ଼ପ ଅଭଡ଼ା ଭକ୍ତ ମାନେ ପାଇପାରିବେ । ଏଥିପାଇଁ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡ ଠାରେ ସ୍ୱତନ୍ତ୍ର କାଉଂଟରର ବ୍ୟବସ୍ଥା ହୋଇଛି ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ର ଦ୍ୱିତୀୟ ଦିନରେ ଚତୁର୍ଦ୍ଧାମୂର୍ତି ସଂନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡି ରେ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥ ଆଡପ ମଣ୍ଡପ ରେ ବିଜେ କରିଛନ୍ତି । ଗତକାଲି ଶ୍ରୀଗୁଣ୍ଡିଚା ଯାତ୍ରା ରେ ସେବାୟତ ମାନେ ତିନି ରଥ ଭିଡି ଭିଡି ଗୁଣ୍ଡିଚା ମନ୍ଦିର ନିକଟରେ ଲଗାଇଥିଲେ । ଆଜି ରଥ ଉପରେ ଶ୍ରୀଜିଉ ମାନଙ୍କର ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା । ସକାଳ ୯ଟା୪୫ ମିନିଟ୍ ରେ ଗୋପାଳବଲ୍ଲଭ ପୁଜା,୧୦ଟା୫୫ ରେ ସକାଳ ଧୂପ ଶେଷ ,୧୦ଟା୩୦ ରେ ମୈଲମ ଓ ମହାସ୍ନାନ,ଦିନ ୧୨ଟାରେ ମଧ୍ୟାହ୍ନ ଧୂପ , ୧.୨୦ ରେ ସଂନ୍ଧ୍ୟା ଆଳତୀ,୧.୫୦ ରେ ସଂନ୍ଧ୍ୟା ଧୂପ ପୁଜା ଓ ୨ଟା୩୦ ରେ ରଥରୁ ଘୋଡା ଫିଟାଯାଇ ଚାରମାଳ ବନ୍ଧା ହୋଇଥିଲା । ସଂନ୍ଧ୍ୟା ୬ଟା ରେ ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ରାମକୃଷ୍ଣ ପରେ ପରେ ପ୍ରଭୁ ସୁଦର୍ଶନ ପହଣ୍ଡି ବିଜେ କରି ଆଡପ ମଣ୍ଡପ କୁ ନିଆଯାଇଥିଲା । ପରେପରେ ଗୋଟି ପହଣ୍ଡି ରେ ଶ୍ରୀବଳଭଦ୍ର, ମାଆ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ଙ୍କ ପହଣ୍ଡି ହୋଇଥିଲା । ଆଡପ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତି ବିଜେ କରିବା ପରେ ରୁନ୍ଧା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ବୁଧବାର ମଧ୍ୟାହ୍ନ ପରେ ଭକ୍ତ ମାନେ ଆଡପ ଅବଡା ପାଇପାରିବେ । ଏଥିପାଇଁ ଶରଧାବାଲି ନିକଟରେ ସ୍ୱତନ୍ତ୍ର କାଉିଁଟର କରାଯାଇଛି । ଗୁଣ୍ଡିଚା ମନ୍ଦିର ରେ ଚତୁର୍ଦ୍ଧାମୂର୍ତି ଙ୍କ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେଉଛି । ସେବାୟତ ମାନେ ନୀତିକାନ୍ତି କରୁଥିବାବେଳେ କୌଣସି ଭକ୍ତ ଗୁଣ୍ଡିଚା ମନ୍ଦିର ରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରାଯାଇଛି । ଗୁଣ୍ଡିଚା ମନ୍ଦିର ଚାରିପଟ ପୁଲିସ ସୁରକ୍ଷା ବଳୟ ରେ ରହିଛି ।