ଲେହରେ ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ
![](https://thetruths.in/wp-content/uploads/2021/06/Earthquake-2-2.jpg)
ଲେହ : ଲଦାଖ ଲେହରେ ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ପ୍ରାୟ ୬.୧୦ରେ ଏହି କମ୍ପନ ଅନୁଭୂତ ହୋଇଥିଲା । ୧୮କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି ।
ଜାତୀୟ ଗଣମାଧ୍ୟମରୁ ସୂତ୍ରୁରୁ କୁହାଯାଇଛି ଯେ, ସୋମବାର ସକାଳ ପ୍ରାୟ ୬ଟା ୧୦ମିନିଟ ସମୟରେ ଲଦାଖର ଲେହରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।ଏହାର ମାତ୍ରା ୪.୬ ରହିଥିବା ଭୂଗର୍ଭର ୧୮ କିଲୋମିଟର ଅଭ୍ୟନ୍ତରରେ ପରିମାପ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଧନ, ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ନେଇ ଖବର ଆସିନି । ସୂଚନା ଯେ, ଗତ କିଛିଦିନ ହେଲା ଦେଶର ଉତ୍ତର ଓ ଉତ୍ତର ପୂର୍ବ ରାଜ୍ୟଗୁଡିକରେ କ୍ରମାଗତ ଭାବରେ ଭୂକମ୍ପନ ଅନୁଭୂତ ହେବାରେ ଲାଗିଛି ।