ଆଜି ଠାରୁ ଖୋଲିଲା ଏମ୍ସର ଓପିଡି ସେବା

ଭୁବନେଶ୍ୱର : ମହାମାରୀ କୋଭିଡ ପରିସ୍ଥିତି କାରଣରୁ ବନ୍ଦ ରହିଥିବା ଭୁବନେଶ୍ୱର ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)ର ଓପିଡି ସେବା ଆଜି ପୁଣିଥରେ ଆରମ୍ଭ ହୋଇଛି।
କରୋନା ମାମଲାଗୁଡ଼ିକର ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟସେବାରେ ୱାକ-ଇନ୍ ଓପିଡି ସେବାଗୁଡିକ ଏପ୍ରିଲ୍ ୨୬ରୁ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା । ଏମ୍ସ ଭୁବନେଶ୍ୱରରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଓପିଡି ସେବା ପୁନଃ ଆରମ୍ଭ ବିଷୟରେ ନିଷ୍ପତ୍ତି ନିଆଯାଇଛି। ଟେଲି ମେଡିସିନ୍ ସେବା ଜାରି ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ ଭଏସ୍ କଲ୍ ମାଧ୍ୟମରେ ନୁହେଁ, ହ୍ବାଟସ୍ ଆପ୍ ମାଧ୍ୟମରେ ପରାମର୍ଶ ଦିଆଯିବ।