ଦିଲ୍ଲୀର ବଳକା ଅକ୍ସିଜେନକୁ ଅନ୍ୟ ଅଭାବି ରାଜ୍ୟକୁ ଯୋଗାଇବା ଲାଗି କହିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ
ନୁଆଦିଲ୍ଲୀ : ଗତ କିଛି ଦିନ ଧରି ଦେଶେର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ମାତ୍ରା ଏପରି ଥିଲା ଯେ ରାଜ୍ୟର ବିଭିନ୍ନ ମେଡିକାଲରେ ରୋଗି ମାନଙ୍କୁ ବେଡ ମିଳୁ ନଥିଲା ବେଳେ ଅନେକ ରୋଗି ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରିଛନ୍ତି । ଏବେ ଦିଲ୍ଲୀରେ ଦୈନିକ କରୋନା ସଂକ୍ରମଣ ୧୪ ପ୍ରତିଶତ କମିଥିବା ବେଳେ ଦିଲ୍ଲୀରେ ଏବେ ଅନେକ ରୋଗିମାନଙ୍କର ଆଡମିସନ କମିଛି । ତେବେ ଏହା ସହିତ ଦିଲ୍ଲୀରେ ଦୈନିକ ୭୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ର ଆବଶ୍ୟକତା ହେଉଥିବା ବେଳେ ଏବେ ଏହା ୫୮୨ କୁ ଖସିଆସିଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମଣିଷ ସିସୋଦିଆ କହିଛନ୍ତି ।
ଭିଡିଓ କନ୍ଫରେନ୍ସ ଜରିଆରେ ମିଡ଼ିଆକୁ ସମ୍ବୋଧନ କରିବା ସମୟରେ ସେ କହିଥିଲେ ସେମାନେ କେନ୍ଦ୍ର ସରକାରଙ୍କୁ ଏ ନେଇ ଚିଢି ଲେଖି ଦିଲ୍ଲୀର ବଳକା ଅକ୍ସିଜେନକୁ ଅନ୍ୟ ଅଭାବି ରାଜ୍ୟକୁ ଯୋଗାଇବା ଲାଗି କହିଛନ୍ତି । ତେବେ ୧୫ ଦିନ ପୁର୍ବରୁ ଦିଲ୍ଲୀରେ ଦୈନିକ ୨୭-୨୮ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସଂକ୍ରମଣ ବୃଦ୍ଧୀ ୩୫ ପ୍ରତିଶତ ଥିଲା । ଏବେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୦ ହଜାର ହାରାହରୀ ରହୁଥିଲା ବେଳେ ଦୈନିକ ସଂକ୍ରମଣରେ ୧୪ ପ୍ରତିଶତ ହ୍ରାସ ଘଟିଛି ।